ମନୋରଞ୍ଜନ

ପରଲୋକରେ ବରିଷ୍ଠ ଅଭିନେତା ଦିଲ୍ଲୀପ କୁମାର

ବଲିଉଡ ପାଇଁ ଏକ ଦୁଃଖଦ ଖବର । ପରଲୋକରେ ବରିଷ୍ଠ ଅଭିନେତା ଦିଲ୍ଲୀପ କୁମାର

ଦୀର୍ଘଦିନ ହେବ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ , ହେଲେ ବୁଧବାର ଦିନ ସକାଳ ୭.୩୦ରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୮ବର୍ଷ ହୋଇଥିଲା । ଦିଲ୍ଲୀପ କୁମାର ମୃତ୍ୟୁ ଖବର ଶୁଣି ଚାରିଆଡ଼େ ଶୋକର ଛାୟା ଖେଳିଯାଇଛି । ୧୯୪୪ ମସିହାରେ ଜଓ୍ୱାର ଭଟ୍ଟ ଜରିଆରେ ବଲିଉଡ଼ରେ ପାଦ ରଖିଥିଲେ ମହମ୍ମଦ ୟୁସୁଫ ଖାନ୍‌ ଓରଫ ଦିଲ୍ଲୀପ କୁମାର ।

ଏହାପରେ ଆଉ ଫଛକୁ ଫେରିନଥିଲେ । ପ୍ରାୟ ପାଞ୍ଚ ଦଶନ୍ଧି ଧରି କ୍ୟାରିଅରରେ ଦିଲୀପ କୁମାର ପ୍ରାୟ ୬୦ରୁ ଅଧିକ ଚଳଚ୍ଚିତ୍ର ଅଭିନୟ କରିଥିଲେ । ଦିଲୀପ କୁମାର ତାଙ୍କ କ୍ୟାରିଅରରେ ଅନେକ ଚଳଚ୍ଚିତ୍ରକୁ ପ୍ରତ୍ୟାଖ୍ୟାନ କରିଥିଲେ । କାରଣ ଦିଲୀପ କୁମାର ବିଶ୍ୱାସ କରୁଥିଲେ ଯେ ଚଳଚ୍ଚିତ୍ରଗୁଡ଼ିକ କମ୍ କିନ୍ତୁ ଭଲ ହେବା ଉଚିତ୍ ।

Show More

Related Articles

Back to top button