Breaking PLUSଦେଶ ବିଦେଶପାଣିପାଗମୁଖ୍ୟ ଖବର

ଗଞ୍ଜାମରେ ପନିପରିବା ଦର ଆକାଶ ଛୁଆଁ

ଞ୍ଜାମ : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗଞ୍ଜାମ ଜିଲ୍ଲାରେ ବ୍ୟାପକ ଫସଲ କ୍ଷତି ହୋଇଥିବା ଜଣାପଡିଛି। ବିଶେଷ କରି ଧାନ ଓ ପନିପରିବା ବର୍ଷା ଯୋଗୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଫସଲ ଆମଦାନୀ ସମୟରେ ଚାଷ ଜମିରେ ପାଣି ଜମି ପନିପରିବା ପଚି ନଷ୍ଟ ହୋଇଯାଇଛି। ଏଥିପାଇଁ ପନିପରିବା ଦର ଗଞ୍ଜାମ ଜିଲ୍ଲାରେ ଆକାଶ ଛୁଆଁ ହୋଇଯାଇଛି। ସଜନା ଛୁଇଁ, ବିନ୍ସ୍ କିଲୋ ପିଛା ୧୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ କାଙ୍କଡ଼ ୬୦, ପୋଟଳ ୬୦, ଫୁଲକୋବି ୮୦, ବାଇଗଣ ୫୦ ଟଙ୍କାରେ ବିକ୍ରି ହେଉଛି। ଏଥିସହ ଆଳୁ ଓ ପିଆଜ କିଲୋ ପିଛା ୩୦ ଟଙ୍କାରେ ବିକ୍ରି ହେଉଛି, ଯାହା ଖାଉଟିଙ୍କ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରୁଛି । ବଡ଼ବଜାରର ପରିବା ବ୍ୟବସାୟୀ କୁହନ୍ତି ହୋଲସେଲ କିମ୍ବା ପନିପରିବା ବେପାରୀଠାରୁ ଯେତିକି ଟଙ୍କାରେ ଆମେ ପରିବା କିଣୁଛୁ ତା’ଠାରୁ ଅଧିକ ଚାରି ପାଞ୍ଚଟଙ୍କାରେ ବିକ୍ରି କରୁଛୁ । ଲଗାଣ ବର୍ଷା ଯୋଗୁ ଫସଲରେ କ୍ଷୟ କ୍ଷତି ହୋଇଥିବାରୁ ପନିପରିବାର ଦାମ ବୃଦ୍ଧି କରାଯାଇଛି ।

Show More

Related Articles

Back to top button