ଦେଶସ୍ୱତନ୍ତ୍ର

କମିଲା ସୁନା ଓ ରୂପା ଦର

କମିଲା ସୁନା ଓ ରୂପା ଦର । ଘରୋଇ ବଜାରରେ ହ୍ରାସ ପାଇଛି ସୁନା-ରୂପା ଦାମ୍ । କିଛିଦିନ ପୂର୍ବରୁ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଏହାର ଦର ହ୍ରାସ ପାଇଥିଲା । ରାଜଧାନୀ ଦିଲ୍ଲୀ ସର୍ରୋଫା ବଜାରରେ ୧୦ ଗ୍ରାମ ସୁନା ଶସ୍ତା ହୋଇ ୫୧,୬୭୯ ଟଙ୍କା ହୋଇଥିବାବେଳେ ଏକ କିଲୋ ଗ୍ରାମ୍ ରୂପା ଦାମ୍ ମଧ୍ୟ କମି ୫୫,୪୧୬ ତଳକୁ ଖସି ଆସିଛି ।

ଡଲାର ମଜଭୁତ ହେବା ଯୋଗୁଁ ସୁନା ଦାମ୍ ହ୍ରାସ ପାଇଛି । ଏନେଇ ଏଚଡିଏଫସି ସିକ୍ୟେରିଟିଜର ସିନିୟର ଆନାଲିଷ୍ଟ ତପନ ପଟେଲ ସୂଚନା ଦେଇଛନ୍ତି । ଯଦି ଘରେ ବସି ସୁନା ଓ ରୂପା ଦର ବିଷୟରେ ଜାଣିବାକୁ ଚାହୁଁଛନ୍ତି ତାହାଲେ ୮୯୫୫୬୬୪୪୩୩ରେ ମିସ୍ଡ କଲ୍ ଦେଲେ ଫୋନକୁ ଏକ ମେସେଜ୍ ଆସିବ । ଯେଉଁଥିରେ ଲାଟେଷ୍ଟ ରେଟ୍ସ ବିଷୟରେ ଆପଣ ସହଜରେ ଜାଣିପାରିବେ ।

 

Show More

Related Articles

Back to top button