Breaking PLUSଓଡ଼ିଶାମନୋରଞ୍ଜନମୁଖ୍ୟ ଖବର

ଅନୁଭବ- ବର୍ଷା ବିବାଦ, ମାମଲା କଟକ ଫାମିଲି କୋର୍ଟ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟ ଦ୍ବାରସ୍ଥ ହେଲେ ବର୍ଷା

ଓଲିଉଡର ସୁପରହିଟ୍ ତଥା ବହୁଚର୍ଚ୍ଚିତ ଯୋଡି ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା ପାଇଁ ବର୍ଷା ସୁପ୍ରିମକୋର୍ଟ ଦ୍ବାରସ୍ଥ ହୋଇଛନ୍ତି । ଦିଲ୍ଲୀର ପଟିଆଲା ହାଉସକୋର୍ଟରେ ହୋଇଥିବା ମାମଲା କଟକ ଫାମିଲି କୋର୍ଟ ସ୍ଥାନାନ୍ତର କରିବା ପାଇଁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି

ଓଲିଉଡର ସୁପରହିଟ୍ ତଥା ବହୁଚର୍ଚ୍ଚିତ ଯୋଡି ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା ପାଇଁ ବର୍ଷା ସୁପ୍ରିମକୋର୍ଟ ଦ୍ବାରସ୍ଥ ହୋଇଛନ୍ତି । ଦିଲ୍ଲୀର ପଟିଆଲା ହାଉସକୋର୍ଟରେ ହୋଇଥିବା ମାମଲା କଟକ ଫାମିଲି କୋର୍ଟ ସ୍ଥାନାନ୍ତର କରିବା ପାଇଁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ।

ସୂଚନାନୁସାରେ, ଦିଲ୍ଲୀସ୍ଥିତ ପଟିଆଲା ହାଉସକୋର୍ଟରେ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ବିବାହ ବିଚ୍ଛେଦ ପାଇଁ ଏକ ପିଟିସନ ଦାଖଲ କରିଛନ୍ତି । ବର୍ଷାଙ୍କ ପାଇଁ ଦିଲ୍ଲୀ ଯାଇ ମାମଲା ଲଢିବା ସମ୍ଭବ ନୁହେଁ ବୋଲି ସୁପ୍ରିମକୋର୍ଟରେ କରିଥିବା ଆବେଦନରେ ଦର୍ଶାଇଛନ୍ତି ।

ତେଣୁ ପଟିଆଲା ହାଉସକୋର୍ଟରୁ ମାମଲାକୁ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ସେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ପୂର୍ବରୁ ଘରୋଇ ହିଂସା ଓ ନିର୍ଯାତନା ଅଭିଯୋଗ ଆଣି ବର୍ଷା କଟକ ଫ୍ୟାମଲି କୋର୍ଟରେ ମାମଲା ରୁଜୁ କରିଛନ୍ତି । ସ୍ବାମୀ ଅନୁଭବଙ୍କ ଆବେଦନକୁ କଟକ ଫ୍ୟାମଲି କୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟଙ୍କୁ ସେ ଅନୁରୋଧ କରିଛନ୍ତି ।

Show More

Related Articles

Back to top button