Breaking PLUSଦେଶ ବିଦେଶମୁଖ୍ୟ ଖବର

କେରଳ ଓ ପଶ୍ଚିମବଙ୍ଗରେ ଏନଆଇଏର ଚଢଉ, ଅଲକାଏଦା ସହ ସମ୍ପୃକ୍ତି ଅଭିଯୋଗରେ 9 ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଆଜି ଆତଙ୍କବାଦୀ ସଙ୍ଗଠନ ଅଲକାଏଦାର ଏର ଗୁପ୍ତ ନେଟୱାର୍କକୁ ଫର୍ଦ୍ଦାଫାଶ କରିଛି । ଅଲକାଏଦା ନେଟୱାର୍କର ଗୁଇନ୍ଦା ସୂଚନା ମିଳିବା ପରେ ଏନଆଇଏ କେରଳ ଏବଂ ପଶ୍ଚିମବଙ୍ଗରେ ଚଢାଉ କରିଛି । ଏନଆଇଏର ଏହି ଚଢାଉରେ ବର୍ତ୍ତମାନ ସୁଦ୍ଧା 9 ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

କୁହାଯାଉଛି ଯେ ଅଲ-କାଏଦା ସମ୍ବନ୍ଧରେ ସମ୍ପୂର୍ଣ୍ଣ ନୂଆ ମାମଲାରେ ଚଢାଉ କରାଯାଇଛି । କେରଳର ଏରନାକୁଲମରେ ଏବଂ ପଶ୍ଚିମବଙ୍ଗର ମୁର୍ସିଦାବାଦରେ ଏହି ଚଢାଉ କରାଯାଇଛି । ଏହି ଚଢାଉ ସମୟରେ 9 ଜଣ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଏହି ଚଢାଉ ସମୟରେ ଏନଆଇଏ କେରଳର ଏର୍ନାକୁଲମରୁ 3 ଜଣ ଏବଂ ବଙ୍ଗଳାର ମୁର୍ସିଦାବାଦରୁ 6 ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି । କୁହାଯାଉଛି ଯେ ଦେଶର ଅନେକ ସୁରକ୍ଷା ପ୍ରତିଷ୍ଠାନ ସେମାନଙ୍କ ଟାର୍ଗେଟରେ ଥିଲା । ଗିରଫ ହୋଇଥିବା ଅଧିକାଂଶ ସନ୍ଦିଗ୍ଧଙ୍କ ବୟସ ପ୍ରାୟ 20 ବର୍ଷ ହେବ ବୋଲି ଜଣାପଡିଛି । ସମସ୍ତେ ଶ୍ରମିକ ଅଟନ୍ତି | ଆତଙ୍କବାଦୀ ଷଡଯନ୍ତ୍ର ବିଷୟରେ ଇନପୁଟ୍ ପାଇବା ପରେ ଏମାନଙ୍କ ଗତିବିଧୀ ଉପରେ ନଜର ରଖାଯାଇଥିଲା ।

Show More

Related Articles

Back to top button