Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଲକ୍ଷ୍ନୌରେ ସଡକ ଦୁର୍ଘଟଣା, 4 ମୃତ, 2 ଗୁରୁତର

ପିଲୀଭୀତ: ଉତ୍ତରପ୍ରଦେଶର ପୀଲୀଭୀତରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଲକ୍ଷ୍ନୌର 4ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ 2ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
ପୋଲିସର ସୂଚନା ମୁତାବକ ଲକ୍ଷ୍ନୌର ଖଦରା ନିବାସୀ ଅବଦୁଲା (25ବର୍ଷ) ନିଜ ପରିବାର ସହ ରାତି 11ଟା ସମୟରେ ନୈନିତାଲ ବୁଲିବାକୁ ନିଜ ଅଲ୍ଟୋ କାରରେ ଯାଇଥିଲେ । ତେବେ ଆଜି ସକାଳେ କାରଟି ଖୁଟାର ଜାତୀୟ ରାଜପଥର ଗଢଭାଖେଡା ନିକଟରେ ଛିଡା ହୋଇଥିବା ଏକ ପିକଅପ୍ ଭ୍ୟାନ ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଅବଦୁଲାଙ୍କ ସହ ତାଙ୍କ ସ୍ତ୍ରୀ ସାଇମା, ଆଠ ମାସର ଶିଶୁ ସହ ଅନ୍ୟ ଦୁଇଜଣଙ୍କର ମୃତ୍ୟୁ ହୋଇଛି । କାରରେ ଥିବା ଅନ୍ୟ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ପୋଲିସ ପକ୍ଷରୁ ପରିବାର ଲୋକଙ୍କୁ ଖବର ଦିଆଯାଇଥିବା ସୂଚନା ମିଳିଛି ।

Show More

Related Articles

Back to top button