ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଲେମ୍ବୁଭଳି ଲେମ୍ବୁ ଚୋପା ମଧ୍ୟ ଅନେକ କାମରେ ଲାଗିଥାଏ

ଆସନ୍ତୁ ଜାଣିବା ଲେମ୍ବୁଚୋପାର ଉପକାର

ଲେମ୍ବୁ ରସ ଭଳି ଲେମ୍ବୁ ଚୋପା ମଧ୍ୟ ଗୋଟିଏ ମହତ୍ୱପୂର୍ଣ୍ଣ ଉପାଦାନ ଅଟେ l ଆମେ ଯେପରି ଲେମ୍ବୁର ବ୍ୟବହାର ତ୍ୱଚା କେଶ ଠାରୁ ନେଇ ସ୍ୱାସ୍ଥ୍ୟ ପାଇଁ କରିଥାଉ ସେହିଭଳି ଲେମ୍ବୁ ଚୋପାର ମଧ୍ୟ ଉପଯୋଗ ହୋଇଥାଏ l ଆପଣ ହୁଏତ ଏହାର ବ୍ୟବହାର ଓ ଲାଭ ବିଷୟରେ ଜାଣିବା ପରେ ଆଉ ଫୋପାଡିବେ ନାହିଁ l ଆସନ୍ତୁ ଜାଣିବା ଲେମ୍ବୁ ଚୋପାରେ କଣ ରହିଛି l ଆସନ୍ତୁ ଜାଣିବା –

* ଲେମ୍ବୁ ଗୋଟିଏ ପ୍ରାକୃତିକ ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିବା ଉପାଦାନ ଅଟେ l ସୌନ୍ଦର୍ଯ୍ୟ ବୃଦ୍ଧି କାରଣରୁ ଲେମ୍ବୁ ରସ ସହିତ ଲେମ୍ବୁର ଚୋପା ମଧ୍ୟ ମହତ୍ଵପୁର୍ଣ ଅଟେ l ଯଦି ଆପଣଙ୍କ ତ୍ୱଚାରେ କୌଣସି ସ୍ଥାନରେ କଳା ଦାଗ ରହିଛି ତେବେ ଲେମ୍ବୁ ଚୋପାର ବ୍ୟବହାର କରନ୍ତୁ l

* ରୋଷେଇଘରେ ବେଳେ ବେଳେ ପିମ୍ପୁଡି ହେବାର ଦେଖା ଯାଇଥାଏ l ସେହି ସମୟରେ ଆପଣ ଲେମ୍ବୁ ଚୋପାକୁ ବ୍ୟବହାର କରି ଆପଣ ପିମ୍ପୁଡି ହେଉଥିବା ସ୍ଥାନରେ ରଖି ଦେଇପାରିବେ l ଲେମ୍ବୁ ଚୋପା ବ୍ୟବହାର କରିବା ଦ୍ୱାରା ପିମ୍ପୁଡି ଛାଡି ପଳାଇ ଯିବେ l

*ଯଦି ଆପଣଙ୍କ ପୋଷାକରେ କୌଣସି ଦାଗ ଲାଗିଯାଏ ତେବେ ଲେମ୍ବୁ ଚୋପାର ବ୍ୟବହାର କରି ପରିବା l ଦାଗ ଲାଗିଥିବା ଜାଗାରେ ଲେମ୍ବୁ ଚୋପାକୁ ଘଷି ଗୋଟିଏ ଜାଗାରେ ବତୁରାଈ ଦିଅନ୍ତୁ ,କିଛି ସମୟ ପରେ ତାହାକୁ ସଫା କରିଦିଅନ୍ତୁ l

* ତମ୍ବା ,ପିତଳ ଓ ଷ୍ଟିଲ ବାସନ ଆମେ ପ୍ରାୟ ବ୍ୟବହାର କରିଥାଉ l ଆମେ ଏହି ସବୁ ବାସନକୁ ସଫା କରିବା ପାଇଁ ଲେମ୍ବୁ ଚୋପାର ବ୍ୟବହାର କରିବା ଦ୍ୱାରା ଦାଗ ସମ୍ପୁର୍ଣ୍ଣ ଛାଡି ଯାଇଥାଏ l ସେଥିପାଇଁ ଲେମ୍ବୁ ଚୋପାକୁ ଲୁଣରେ ଲଗେଇ ଘଷି ଦେବା ଦ୍ୱାରା ଦାଗ ଛାଡି ଯାଇଥାଏ l

Show More

Related Articles

Back to top button