ସ୍ୱାସ୍ଥ୍ୟ

ବଢୁଥିବା ବୟସରେ ସ୍ମରଣ ଶକ୍ତି ବଢାଇବା ପାଇଁ : ନିଜ ଖାଦ୍ୟରେ ଏହି ସବୁ ଜିନିଷ ସାମିଲ କରନ୍ତୁ

କୋଳାହଳ ମୟ ଜୀବନରେ ସବୁଠାରୁ ଅଧିକ ପ୍ରଭାବ ଆମର ସ୍ମରଣ ଶକ୍ତି ଉପରେ ପଡିଥାଏ l ଘର ,ଅଫିସ ଓ ଦାୟିତ୍ୱର ବୋଝ ଦ୍ୱାରା ଆମର ସ୍ମରଣ ଶକ୍ତି ଦୁର୍ବଳ ହୋଇ ଯାଇଥାଏ

ମସ୍ତିସ୍କ ଉପରେ କାମର ଅଟେ ବୋଝ ରହିଯାଇଥାଏ ଯେ ଆମେ ଅଧିକାଂଶ ମହତ୍ୱପୂର୍ଣ୍ଣ ଦବାନବା ମଧ୍ୟ ଭୁଲି ଯାଇଥାଉ l ବୟସ ବଢିବା ସଙ୍ଗେସଙ୍ଗେ ଆମର ସ୍ମରଣ ଶକ୍ତି ମଧ୍ୟ ଦୁର୍ବଳ ହୋଇଯାଇଥାଏ ,ଏହି ଧାରଣାକୁ ବୈଜ୍ଞାନିକ ମାନେ ଭୁଲ ବୋଲି କହୁଛନ୍ତି l ବୈଜ୍ଞାନିକଙ୍କ ଭାଷାରେ ମସ୍ତିଷ୍କରେ ଏମିଲଏଟ ନାମକ ପ୍ରୋଟିନର ସ୍ତର ବଢି ଯାଇଥାଏ ଯାହାକୁ ନିୟନ୍ତ୍ରଣ କରିବା ନିହାତି ଜରୁରୀ ଅଟେ l ଏହି ପ୍ରୋଟିନଟି ବୟସ ବଢିବା ସହିତ ବଢିବାକୁ ଲାଗିଥାଏ l ତେଣୁ କିଛି ଖାଦ୍ୟକୁ ସାମିଲ କରିବା ଆବଶ୍ୟକ l

* ପାଳଙ୍ଗରେ ଆଇରନ ,ମ୍ୟାଗନେସିୟମ ଓ ପୋଟାସିୟମର ମାତ୍ରା ଅଧିକ ରହିଥାଏ ଯାହା ସ୍ମରଣ ଶକ୍ତି ବଢ଼ିବାରେ ସାହାଯ୍ୟ କରିଥାଏ l ପାଳଙ୍ଗରେ ଅଲଜାଇମର ରହିଥିବା କାରଣରୁ ସ୍ମରଣ ଶକ୍ତି ବଢିବାର କ୍ଷମତା ରହିଥାଏ l

* ଲୋକମାନେ ବେଳେ ବେଳେ କହିଥାନ୍ତି ଯେ ସ୍ମରଣ ଶକ୍ତି ବଢାଇବା ପାଇଁ ମାଛ ଖାଇବା ଆବଶ୍ୟକ,ବୈଜ୍ଞାନିକ ମାନେ ମଧ୍ୟ ଏହି କଥାକୁ କହିଛନ୍ତି l ବିଶେଷଜ୍ଞଙ୍କ କହିବା ଅନୁସାରେ ମାଛର ତେଲରେ ଓ଼ମେଗା-୩ ଫ୍ୟାଟି ଏସିଡ ରହିଛି ,ଯାହା ମସ୍ତିସ୍କ ଓ ଆଖିର ବିକାଶ କରିବାରେ ସହାୟତା କରିଥାଏ l

* ମସ୍ତିଷ୍କକୁ ସୁସ୍ଥ ଓ ମଝବୁତ ରଖିବା ପାଇଁ ନିଜ ଖାଦ୍ୟରେ କାଫିନ ଓ ଆଣ୍ଟିଆକ୍ସିଡ଼େଣ୍ଟର ମାତ୍ରା ରଖିବା ବଶ୍ୟକ ,ଯାହା ଆମକୁ କାଫିରୁ ମିଳିଥାଏ l କଫି ଆମର ସ୍ମରଣ ଶକ୍ତି ବଢାଇବା ସହିତ ମସ୍ତିଷ୍କକୁ କାର୍ଯ୍ୟ କ୍ଷମତା ବଢ଼ିବାରେ ସାହାଯ୍ୟ କରିଥାଏ l

* ଚକଲେଟ ଆମର ମସ୍ତିଷ୍କର କାର୍ଯ୍ୟ କ୍ଷମତାକୁ ବଢାଇବା ସହିତ ସ୍ମରଣ ଶକ୍ତିକୁ ମଧ୍ୟ ବଢ଼ାଇ ଥାଏ l ବୈଜ୍ଞାନିକଙ୍କ ଅନୁସାରେ କୋକୋରେ ଫ୍ଲେଵନଏଡ ନାମକ ଆଣ୍ଟି ଆକ୍ସିଡେଣ୍ଟ ରହିଛି ଯାହା ସ୍ମରଣ ଶକ୍ତିକୁ ସୁଦୃଢ କରିଥାଏ l

* ଗବେଷକ ମାନଙ୍କର ମତରେ ସବୁଜ ପନିପରିବା ସହିତ ବ୍ରୋକଲି ,ବନ୍ଧାକୋବି ଓ ଅଙ୍କୁରିତ ଶସ୍ୟ ସେବନ କରିବା ହିତକର ,ଏଥିରେ ଆଣ୍ଟିଆକ୍ସିଡେଣ୍ଟ ସହିତ କେରୋଟନଏଡ ନାମକ ତତ୍ୱ ରହିଛି l

Show More

Related Articles

Back to top button