ସ୍ୱାସ୍ଥ୍ୟ

ଖାଦ୍ୟରେ ବ୍ୟବହାର କରନ୍ତୁ ନଡ଼ିଆ ତେଲ

ମିଳିଥାଏ ଏପରି ଚମତ୍କାରୀ ଫାଇଦା

ନଡ଼ିଆ ତେଲରେ ଖାଦ୍ୟ ପ୍ରସ୍ତୁତ କରି ଖାଇବା ଦ୍ୱାରା ଆମ ଶରୀରକୁ କି ଲାଭ ମିଳିଥାଏ ତାହା ହୁଏତ ଅଧିକାଂଶ ଲୋକ ଜାଣିନଥିବେ l ଆମେମାନେ ଜାଣିଛୁ ନଡ଼ିଆ ତେଲ ସାଧାରଣତଃ ଦେହରେ ଲଗାଇବା ପାଇଁ ବ୍ୟବହୃତ ହୋଇଥାଏ l ଆଜିକାଲି ଅନେକ ପ୍ରକାରର ଖାଇବା ତେଲ ବବଜାରରେ ମିଳୁଛି l କିନ୍ତୁ ଏହି ସବୁ ତେଲକୁ ନିଜ ଖାଦ୍ୟରେ ବ୍ୟବହାର କରିବା ଅପେକ୍ଷା ଘରେ ପ୍ରସ୍ତୁତ କରି ନଡ଼ିଆ ତେଲକୁ ନିଜ ଖାଦ୍ୟରେ ବ୍ୟବହାର କରନ୍ତୁ l ନଡ଼ିଆ ତେଲରେ କ୍ୟାଲସିୟମ ,ମ୍ୟାଗନେସିୟମ ଓ ଆଣ୍ଟିବ୍ୟାକ୍ଟେରିଆ ତତ୍ୱ ମିଳିଥାଏ l ନଡ଼ିଆ ତେଲକୁ ଯଦି ଆପଣ ନିଜ ଖାଦ୍ୟରେ ସାମିଲ କରୁଛନ୍ତି ତେବେ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ l ଆଜି ଆସନ୍ତୁ ଜାଣିବା ନଡ଼ିଆ ତେଲର ଉପକାରିତା ବିଷୟରେ l

* ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ -ନଡ଼ିଆ ତେଲରେ ଆଣ୍ଟି\ବ୍ୟାକ୍ଟେରିଆ ଗୁଣ ମିଳେ l ଯାହା ଶରୀରକୁ ରୋଗ ସହିତ ଲଢ଼ିବାକୁ ମଝବୁତ କରିଥାଏ ଓ ତାସାହିତ ପାଚନ ତନ୍ତ୍ରରେ ସୃଷ୍ଟି ହେଉଥିବା ବିଭିନ୍ନ ପ୍ରକାରର ଅସୁବିଧାକୁ ଦୂର କରିଥାଏ l ଯଦି ଆପଣ ନଡ଼ିଆ ତେଲକୁ ଆପଣଙ୍କ ରନ୍ଧନ ସାମଗ୍ରୀରେ ସାମିଲ କରୁଛନ୍ତି ତେବେ ଏହା ଆପଣଙ୍କ ପାଚନ ତନ୍ତ୍ରକୁ ସୁଦୃଢ କରିବା ସହିତ ସମସ୍ତ ପ୍ରକାର ପେଟ ରୋଗକୁ ଦୁରେଇ ଦବ l

* ନଡ଼ିଆ ତେଲ ହୃତପିଣ୍ଡକୁ ସୁସ୍ଥ ରଖେ -ନଡ଼ିଆ ତେଲ ଖାଇବାର ସବୁଠୁ ବଡ ଫାଇଦା ହେଲା ଶରୀରରେ ଲାରିକ ଏସିଡିର ଉତ୍ପାଦନ ବଢିଥାଏ ,ଯାହା ଶରୀରରେ ଭଲ କୋଲେଷ୍ଟ୍ରଲକୁ ବଢ଼ିବାରେ ସାହାଯ୍ୟ କରେ ଓ ଖରାପ କୋଲେଷ୍ଟ୍ରଲର ଅଂଶକୁ ନଷ୍ଟ କରିଥାଏ l ଏହି କାରଣରୁ ହୃଦୟ ସମ୍ବଧୀୟ ରୋଗ ହେବାର ସମ୍ଭାବନା ନଥାଏ l

* ହାଡ଼କୁ ମଝବୁତ ରଖେ ନଡ଼ିଆ ତେଲ -ନଡ଼ିଆ ତେଲରେ ପର୍ଯ୍ୟାପ୍ତ ମାତ୍ରାରେ କ୍ୟାଲସିୟମ ମିଳିଥାଏ,ଯାହା ଶରୀରର ହାଡ ଗୁଡିକୁ ମଝବୁତ ରଖିବାରେ ସାହାଯ୍ୟ କରେ l ହାଡ ସହିତ ଦାନ୍ତକୁ ମଧ୍ୟ ସୁସ୍ଥ ରଖେ ଓ ଦାନ୍ତ ମାଢିକୁ ମଝବୁତ କରେ l

* ସଂକ୍ରମଣରୁ ରକ୍ଷାକରି ନଡ଼ିଆ ତେଲ -ନଡ଼ିଆ ତେଲ ଆଣ୍ଟିବ୍ୟାକ୍ଟେରିଆ ଓ ଆଣ୍ଟିଭାଇରାଲ ଗୁଣରେ ଭରପୁର ଅଟେ l ତେଣୁ ଯେ କୌଣସି ଚର୍ମରେ ସଂକ୍ରମଣ ହେଲେ ନଡ଼ିଆ ତେଲ ବ୍ୟବହାର କରିବା ପାଇଁ ବିଶେଷଜ୍ଞ ମାନେ କହିଥାନ୍ତି l ତା ସହିତ ଖାଦ୍ୟରେ ସାମିଲ କରିବା ଦ୍ୱାରା ନଡ଼ିଆ ତେଲ ବିଭିନ୍ନ ପ୍ରକାରର ଭାଇରସକୁ ଶରୀରରୁ ନାସ କରେ l

* ନଡ଼ିଆ ତେଲ କ୍ୟାନ୍ସର ପ୍ରତିରୋଧକ ଅଟେ -ଆମେରିକାର କ୍ୟାନ୍ସର ଉପରେ ଗବେଷଣା କରୁଥିବା ଗୋଟିଏ ଡାକ୍ତରୀ ଦଳ ମତ ଦେଇଛନ୍ତି ଯେ ନଡ଼ିଆ ତେଲରେ କ୍ୟାନ୍ସର ପ୍ରତିରୋଧକ ଗୁଣ ରହିଛି l ନଡ଼ିଆ ତେଲ ଖାଇବା ଦ୍ୱାରା ଏହା ଆମ ଶରୀରକୁ ଯାଇ କିଟୋନ୍ସ ଉତ୍ପାଦନ କରିଥାଏ l କିଟୋନ୍ସ ଶରୀରର ଭଲ ସେଲ ଗୁଡିକୁ ପୋଷଣ ଦେବା ସହିତ ସେଲ ଗୁଡିକୁ ଶକ୍ତ ମଧ୍ୟ କରିଥାଏ l ଏହି କାରଣରୁ ନଡ଼ିଆ ତେଲ କ୍ୟାନ୍ସର ପ୍ରତିରୋଧକ ଅଟେ l

Show More

Related Articles

Back to top button