ସ୍ୱାସ୍ଥ୍ୟ

ବାସୀ ରୁଟି କାହିଁକି ସ୍ୱାସ୍ଥ୍ୟକର, ଆସନ୍ତୁ ଜାଣିବା

କୁହାଯାଏ ଯେ ଯଦି ଆପଣ ସକାଳର ଜଳଖିଆ ଠିକ ଭାବରେ ଖାଇଲେ ତେବେ ପୁରା ଦିନଟି ଆପଣଙ୍କର ଭଲରେ କାଟିବ l କିନ୍ତୁ ଆମର ଏହି ଦୈନଦିନ କାର୍ଯ୍ୟ ପ୍ରଣାଳୀରେ ଆମେ ବେଳେବେଳେ ସକାଳର ଜଳଖିଆ ଖାଇବା ପାଇଁ ଭୁଲି ଯାଇଥାଉ l ଦିନର ଆରମ୍ଭ ସ୍ୱାସ୍ଥ୍ୟକର ଖାଦ୍ୟରେ କରିବା ଆବଶ୍ୟକ

ବେଳେବେଳେ ଆମେ ଜଳଖିଆ ପ୍ରସ୍ତୁତ କରିବାରେ ଅଳସୁଆମୀ ଦେଖାଇଥାଉ ତେଣୁ ଯଦି କିଛି ଫ୍ରିଜରେ ରଖିଥାଉ ତେବେ ସେଥିରେ ସକାଳର ଜଳଖିଆ କାମ ହୋଇଯାଅ l ଅଧିକାଂଶ ଲୋକ କୁହନ୍ତି ବାସି ଖାଦ୍ୟ ଖାଇବା ଦ୍ୱାରା ବିଭିନ୍ନ ପ୍ରକାରର ପେଟ ରୋଗ ଦେଖାଯାଇଥାଏ l କିନ୍ତୁ ଆପଣ ଜାଣି ରଖନ୍ତୁ ସମସ୍ତ ବାସି ଖାଦ୍ୟ ଶରୀର ପାଇଁ କ୍ଷତିକାରକ ନୁହେଁ l ଯଦି ଆପଣଙ୍କୁ ସକାଳୁ ଜଳଖିଆରେ ବାସି ରୁଟି ମିଳିଯାଉଛି ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟପାଇଁ ଅତ୍ୟନ୍ତ ଲାଭ ଦାୟକ ଅଟେ l

ବାସି ରୁଟିରେ ଅଧିକ ପୌଷ୍ଟିକ ତତ୍ୱ ଓ ପ୍ରୋଟିନ ରହିଥାଏ l ସେଥିପାଇଁ ଏହା ଶରୀରକୁ ଶକ୍ତି ଯୋଗାଇଥାଏ l ତେଣୁ ଆପଣ ପ୍ରତେକ ଦିନ ସକାଳୁ ବାସି ରୁଟିକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ l ବାସି ରୁଟି ଦ୍ୱାରା ଆପଣଙ୍କୁ ଅନେକ ଉର୍ଜା ମିଳିବ l

ମଧୁମେହ ରୋଗୀ ମାନଙ୍କ ପାଇଁ ବାସି ରୁଟି ଖାଇବା ଲାଭଦାୟକ ଅଟେ l ସେମାନେ ଯଦି ସକାଳ ଜଳଖିଆରେ ବସି ରୁଟି ସହିତ ବିନା ଚିନିର କ୍ଷୀର ଖାଇବେ ଏହା ତାଙ୍କ ଶରୀରକୁ ଫାଇବର ,ପ୍ରୋଟିନ ଓ କ୍ୟାଲସିୟମ ଯୋଗାଇବ,ତା ସହିତ ଶରୀରରେ ରକ୍ତ ଶର୍କରା ସ୍ଥରକୁ ନିୟନ୍ତ୍ରଣ ରଖିବା l

ଏସିଡ଼ିଟି ,ଗ୍ୟାସ ଓ ପେଟ ସହିତ ଯୋଡି ହୋଇ ରହିଥିବା ବିଭିନ୍ନ ପ୍ରକାର ଅସୁବିଧାକୁ ରାତିର ବାସି ରୁଟି ହିଁ ଦୂର କରିଥାଏ l ବାସି ରୁଟି ଖାଇବା ଦ୍ୱାରା ଏସିଡ଼ିଟି ସମସ୍ୟା ଦୂର ହୋଇଥାଏ l କାରଣ ରୁଟିରେ ଥିବା ଫାଇବର ଏସିଡିଟିକୁ ବଢିବାକୁ ଦେଇ ନଥାଏ l ବାସି ରୁଟିରେ ଆମର ଖାଦ୍ୟ ମଧ୍ୟ ହଜମ ହୁଏ ଓ ପାଚନ ତନ୍ତ୍ର ସୁଦୃଢ ରୁହେ l

ଯଦି ଆପଣ କୌଣସି ପ୍ରକାରର ବ୍ୟାୟାମ କରୁଛନ୍ତି ତେବେ ବାସି ରୁଟି ସେବନ କରିବା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭ ଦାୟକ l ଏହା ଆପଣଙ୍କ ମାଂସପେଶୀକୁ ମଝବୁତ କରିବା ସହିତ ଶରୀରକୁ ଶକ୍ତି ଦେବା l

ଅଧିକାଂଶ ଜିମ୍ ଟ୍ରେନର ସକାଳୁ ବାସି ରୁଟି ଖାଇବା ପାଇଁ ପରାମର୍ଶ ଦେଇ ଥାନ୍ତି l

Show More

Related Articles

Back to top button