Breaking PLUSଦେଶ ବିଦେଶମୁଖ୍ୟ ଖବର

ଜାପାନ ଉପକୂଳରେ ଆମେରିକା ସେନା ବିମାନ ଦୁର୍ଘଟଣାଗ୍ରସ୍ତ

ଟୋକିଓ: ଆମେରିକାର ଏକ ସେନା ବିମାନ ଜାପାନରେ ଦୁର୍ଘଟଣାର ଶିକାର ହୋଇଛି। ଜାପାନର ତଟରକ୍ଷୀ ବୁଧବାର ଏନେଇ ସୂଚନା ଦେଇଛନ୍ତି। ତଟରକ୍ଷୀ କହିଛନ୍ତି ଯେ, ଜାପାନର ୟାକୁଶିମା ଦ୍ବୀପ ନିକଟ ଉପକୂଳବର୍ତ୍ତୀ ଅଞ୍ଚଳରେ ଆମେରିକାର ଓସ୍‌ପ୍ରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ସୂଚନା ମିଳିଛି। ଏହି ବିମାନରେ ୮ ଜଣ କ୍ରୁ ସଦସ୍ୟ ଥିଲେ। ତେବେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ରରେ ଖସି ପଡ଼ିଥିବା ଅନ୍ୟ କେତେକ ସୂତ୍ରରୁ ଜଣାପଡ଼ିଛି।
ପ୍ରାରମ୍ଭିକ ସୂଚନା ଅନୁଯାୟୀ, ସ୍ଥାନୀୟ ସମୟ ଅପରାହ୍ନ ପ୍ରାୟ ୨ଟା ୪୫ ସମୟରେ ତଟରକ୍ଷୀ ବିମାନ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇଥିଲେ। ତଟରକ୍ଷୀ ବାହିନୀ ଦୁର୍ଘଟଣାର ତଦନ୍ତ କରୁଛନ୍ତି। ତେବେ ବିମାନରେ ଥିବା ଲୋକମାନଙ୍କ ଅବସ୍ଥା ଏବଂ ଦୁର୍ଘଟଣା ସଂକ୍ରାନ୍ତରେ ଅଧିକ କିଛି ତଥ୍ୟ ମିଳିନାହିଁ।

Show More

Related Articles

Back to top button