Breaking PLUSଦେଶ ବିଦେଶମୁଖ୍ୟ ଖବର

ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ବିରୁଦ୍ଧରେ ମହାଭିଯୋଗ ଯାଞ୍ଚ ପାଇଁ ମଞ୍ଜୁରୀ

ୱାଶିଂଟନ, 14 ଡିସେମ୍ବର – ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବକୁ ଆମେରିକା ସଂସଦ ପକ୍ଷରୁ ମଂଜୁରୀ ପ୍ରଦାନ କରାଯାଇଛି । ପ୍ରସ୍ତାବର ସମର୍ଥନରେ 221 ଓ ବିରୋଧରେ 212 ମତ ମିଳିଛି । ଆମେରିକା ରାଷ୍ଟ୍ରପତି ନିଜ ପୁଅ ହଣ୍ଟର ବାଇଡେନଙ୍କ ବିବାଦୀୟ ଅନ୍ତର୍ଜାତୀୟ କାରବାରରେ ସୁରକ୍ଷାକୁ ନେଇ ବିବାଦ ଘେରକୁ ଆସିଛନ୍ତି । ପ୍ରସ୍ତାବ ମାଧ୍ୟମରେ ରାଷ୍ଟ୍ରପତି ବାଇଡେନଙ୍କ ବିରୁଦ୍ଧରେ ମହାଭିଯୋଗ ତଦନ୍ତ ଆରମ୍ଭ କରିବାକୁ ମଞ୍ଜୁରୀ ମିଳିଛି । ଅନ୍ୟପଟେ ରାଷ୍ଟ୍ରପତି ଏହାକୁ ରାଜନୈତିକ ଚାଲ୍ ବୋଲି କହିଛନ୍ତି ।

Show More

Related Articles

Back to top button