Breaking PLUSଦେଶ ବିଦେଶମୁଖ୍ୟ ଖବର

ଅନ୍ତର୍ଜାତୀୟ ଚାପ ପରେ ବି ଇସ୍ରାଏଲ ପକ୍ଷରୁ ଯୁଦ୍ଧ ଜାରି ରହିବ- ନେତାନ୍ୟାହୁ

ତେଲଅଭିବ, 14 ଡିସେମ୍ବର – ଅନ୍ତର୍ଜାତୀୟ ଚାପ ପରେ ବି ହମାସ ବିରୁଦ୍ଧରେ ଯୁଦ୍ଧ ଜାରି ରହିବ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଏହି ଯୁଦ୍ଧ ଶେଷ ଯାଏ ଇସ୍ରାଏଲ ଜାରି ରଖିବ ଏବଂ ଏହାକୁ ରୋକାଯିବାର କୌଣସି ପ୍ରଶ୍ନ ଉଠୁନାହିଁ ବୋଲି ସ୍ପଷ୍ଟ କରିଛନ୍ତି ନେତାନ୍ୟାହୁ ।
ସୋସିଆଲ ମିଡିଆ ଏକ୍ସରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏକ ଭିଡିଓ ଜାରି କରି ଏହା କହିଛନ୍ତି । ସେ କହିଛନ୍ତି ଯେ ‘ ଆମର ସୈନିକମାନଙ୍କୁ ହରାଇବା ଏବଂ ଅନ୍ତର୍ଜାତୀୟ ଚାପ ସତ୍ତ୍ୱେ ଆମେ ଶେଷ ଏବଂ ବିଜୟ ପର୍ଯ୍ୟନ୍ତ ଲଢିବା’।
ଏହାପୂର୍ବରୁ ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଏଲି କୋହେନ କହିଛନ୍ତି ଯେ ବିଶ୍ୱ ଚାପ ସତ୍ତ୍ୱେ ହମାସ ବିରୋଧରେ ଇସ୍ରାଏଲର ଯୁଦ୍ଧ ଜାରି ରହିବ। ‘ଅସ୍ତ୍ରବିରତି ଆତଙ୍କବାଦୀ ସଂଗଠନ ପାଇଁ ଉପହାର ସଦୃଶ ହେବ ଏବଂ ଯଦି ଯୁଦ୍ଧ ବନ୍ଦ ହୁଏ ତେବେ ହମାସ ପୁଣି ଥରେ ଦୃଢ ହେବ।’

Show More

Related Articles

Back to top button