Breaking PLUSଦେଶମୁଖ୍ୟ ଖବର

ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର-୨୦୨୩, ଜାତୀୟ ଶକ୍ତି ସଂରକ୍ଷଣ ଅଭିନବ ପୁରସ୍କାର-୨୦୨୩ ଏବଂ ଶକ୍ତି ସଂରକ୍ଷଣ ଉପରେ ଜାତୀୟ ଚିତ୍ରକଳା ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିବେ। ଆଜି ଡିସେମ୍ବର ୧୪ରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଅବସରରେ ୬୩ ଜଣ ବିଜେତାଙ୍କୁ ପୁରସ୍କୃତ କରାଯିବ।
ଜାତୀୟ ଶକ୍ତି ସଂରକ୍ଷଣ ଦିବସର ଉଦ୍ଦେଶ୍ୟ ହେଉଛି ଶକ୍ତି ସଂରକ୍ଷଣର ଗୁରୁତ୍ୱ ବିସ୍ତାର କରିବା ଏବଂ ଶକ୍ତି ଦକ୍ଷତା ଓ ସଂରକ୍ଷଣ କ୍ଷେତ୍ରରେ ଦେଶର ସଫଳତାକୁ ପ୍ରଦର୍ଶନ କରିବା। ଶକ୍ତି ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଶକ୍ତି ଦକ୍ଷତା ବ୍ୟୁରୋ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯାଉଛି। ଏହି ବ୍ୟୁରୋ ଦେଶରେ ଶକ୍ତି ଦକ୍ଷତା ଏବଂ ଶକ୍ତି ସଂରକ୍ଷଣକୁ ନିୟନ୍ତ୍ରିତ ଏବଂ ପ୍ରୋତ୍ସାହିତ କରେ।

Show More

Related Articles

Back to top button