Breaking PLUSଦେଶମୁଖ୍ୟ ଖବର

କଶ୍ମୀର ଘାଟିରେ ଭୀଷଣ ଶୀତ ଲହର

ଜମ୍ମୁ, 14 ଡିସେମ୍ବର – ପ୍ରବଳ ଶୀତରେ ଥରୁଛି କଶ୍ମୀର ଘାଟି । ଶ୍ରୀନଗର ସହର ସବୁଠୁ ଥଣ୍ଡା ବୋଲି ରେକର୍ଡ ଭାଙ୍ଗିଛି । କଶ୍ମୀରରେ ସର୍ବନିମ୍ନ ତାପମାତ୍ରା ହିମାଙ୍କ ବିନ୍ଦୁରୁ ଅନେକ ତଳକୁ ଖସିଛି ।
ଶ୍ରୀନଗର ସହରରେ ବୁଧବାର ରାତିରେ ସର୍ବନିମ୍ନ ତାପମାତ୍ରା ଶୂନ୍ୟରୁ 5.4 ଡିଗ୍ରୀ ସେଲସିୟସ ତଳକୁ ରେକର୍ଡ ହୋଇଛି । ସେହପରି ପହଲଗାମରେ ତାପମାତ୍ରା ଶୂନ୍ୟରୁ 5.8 ଡିଗ୍ରୀ ସେଲସିୟସ ତଳକୁ ରେକର୍ଡ ହୋଇଥିବା ବେଳେ ବାରମୂଳା ଜିଲ୍ଲାର ଗୁଲମର୍ଗରେ ତାପମାତ୍ରା ଶୂନ୍ୟରୁ 5ଡିଗ୍ରୀ ତଳକୁ ରେକର୍ଡ ହୋଇଛି ।
ଘାଟିରେ ଶୀତ ଲହର ଯୋଗୁ ଜଳସ୍ରୋତ ବରଫ ପାଲଟିଛି । ଅନେକ ସ୍ଥାନରେ ପାଣି ପାଇପ ଜାମ୍ ହୋଇଯାଇଛି । 15 ଡିସେମ୍ବର ଯାଏ ପାଗ ଶୁଷ୍କ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Show More

Related Articles

Back to top button