ବାଣିଜ୍ୟ

UP ଆଳୁ ଉପରେ ରୋକ ଲଗାଇଲା ତେଲେଙ୍ଗାନା

ତେଲେଙ୍ଗାନା ରାଜ୍ୟ ସରକାର ଉତ୍ତର ପ୍ରଦେଶ ଆଳୁ ଉପରେ ରୋକ ଲଗାଇଛନ୍ତି। ଦେଶର ଦକ୍ଷିଣ ରାଜ୍ୟମାନଙ୍କୁ ଉତ୍ତରପ୍ରଦେଶରୁ ଆଳୁ ଯାଇଥାଏ।

ଏଥିରୁ କେବଳ ତେଲେଙ୍ଗାନା ଲାଗି ଦୈନିକ ୧୦୦ ଟ୍ରକ ଲୋଡ ହୋଇଥାଏ। ଏଥିରୁ ଅଧାରୁ ଅଧିକ ଆଗ୍ରାର ଚାଷୀ ପଠାଇଥାନ୍ତି। ଏବେ ତେଲେଙ୍ଗାନା ସରକାର ୟୁପିର ଆଳୁ ଉପରେ ରୋକ ଲଗାଇବା ରାଜ୍ୟରେ ଚାଷୀଙ୍କୁ ଅଭାବି ବିକ୍ରି ଲାଗି ଏବେ ବାଧ୍ୟ କରିବା ନିଶ୍ଚିତ ହୋଇ ଯାଇଛି। ତେଲେଙ୍ଗାନାର ଚାଷୀ ବାର୍ଷିକ ଯେତିକି ଆଳୁ ଅମଳ କରନ୍ତି ତାହା ରାଜ୍ୟର ମାସକର ଆବଶ୍ୟକତା ପୂରଣ କରେ। ପରବର୍ତ୍ତି ଆବଶ୍ୟକତା ଲାଗି ବାହାର ରାଜ୍ୟଙ୍କ ଉପରେ ବ୍ୟବସାୟୀ ନିର୍ଭର କରନ୍ତି। ତେବେ ରାଜ୍ୟରେ ଅଚାନ ୟୁପି ଆଳୁ ଉପରେ ରୋକକୁ ରାଜନୈତିକ କହିଛନ୍ତି ଉତ୍ତରପ୍ରଦେଶ ଆଳୁ ଉତ୍ପାଦକ ସଂଘର ମୁଖ୍ୟ ସୁଶୀଲ କଟିୟାର। ରାଜ୍ୟରେ ଆଞ୍ଚଳିକ ଦଳ ସରକାରରେ ରହିଲେ ଏପରି ଅବସ୍ଥା ହୁଏ ବୋଲି ସେ କହିଛନ୍ତି। କୌଣସି ପ୍ରସଙ୍ଗରେ ଏପରି ସରକାରମାନେ ଜାତୀୟ ଦଳଙ୍କ ଭଳି ନିଷ୍ପତ୍ତି ନେଇପାରନ୍ତିନି। ସୀମିତ ବିଚାରରେ ସେମାନେ ଏପରି ନିଷ୍ପତ୍ତି ନିଅନ୍ତି ବୋଲି କହିଛନ୍ତି। କେବେଳ ତେଲେଙ୍ଗାନା ନୁହେଁ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ମଧ୍ୟ ଅନେକବାର ଏପରି କଟକଣା ଜାରି କରିଥିବା ସେ କହିଛନ୍ତି। ତେବେ ତେଲେଙ୍ଗାନା ସରକାରଙ୍କ ଏହି ନିଷ୍ପତ୍ତି ଲାଗି କିଛି ସମୟ ପର୍ଯ୍ୟନ୍ତ ରାଜ୍ୟରେ ଆଳୁ ଦର ପ୍ରଭାବିତ କରିବ ବୋଲି କଟିୟାର କହିଛନ୍ତି। ତେବେ କେବଳ ତେଲେଙ୍ଗାନା ନୁହେଁ ଉତ୍ତର ପ୍ରଦେଶ ଆଳୁ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତାମିଲନାଡୁ ମଧ୍ୟ ଯାଇଥାଏ। ଏଣୁ ତେଲେଙ୍ଗାନାର ନିଷ୍ପତ୍ତି ଯୋଗୁ ବିଶେଷ ପ୍ରଭାବ ପଡି ନପାରେ ବୋଲି ସେ ଆକଳନ କରିଛନ୍ତି। ରାଜ୍ୟର ଆଳୁ ଉତ୍ପାଦକ ଜିଲ୍ଲା ଅଗ୍ରା ଓ ଫାରୁଖାବାଦରେ ଏବେ ପ୍ରାୟ ୫୦ଲକ୍ଷ ବସ୍ତା ପୁରୁଣା ଆଳୁ ମହଜୁଦ ରହିଛି। ଏଣୁ ରାଜ୍ୟରେ ଆଳୁ ଦର ହ୍ରାସ ହୋଇପାରେ।

ଏବେ ବଜାରରେ ନୂଆ ଆଳୁ ପଡିଲାଣି, ଏଥିରେ ଲୋକେ ପୁରୁଣା ଆଳୁ ଲାଗି ଏତେ ଅଗ୍ରହୀ ହୋଇ ନ ପାରନ୍ତି ବୋଲି କୁହାଯାଉଛି। ତେବେ ପୁରୁଣା ଆଳୁ ଏବେ ନୂଆ ଆଳୁ ଦରକୁ ପ୍ରଭାବିତ କରିବାର ଆଶଙ୍କା କରାଗଲାଣି। ତେଲେଙ୍ଗାନାରେ ଏବେ ଚାଷୀ ଆଳୁ ଅମଳ କରୁଛନ୍ତି। ସରକାର ଆଳୁ ଚାଷ ଲାଗି ଚାଷୀଙ୍କୁ ଉତ୍ସାହିତ କରିଥିଲେ। ଯଦି ସ୍ଥାନୀୟ ଚାଷୀଙ୍କୁ ଆଳୁ ଭଲ ଦରରେ ବିକ୍ରି ନ ହୁଏ ତେବେ ସେମାନେ ଚାଷ ଲାଗି ନିରୁତ୍ସାହିତ ହୋଇପାରନ୍ତି। ଏଣୁ ଚାଲାଣ ଆଳୁ ରାଜ୍ୟରେ ଚାଷୀଙ୍କ ସ୍ୱାର୍ଥ ପ୍ରଭାବିତ କରିବ ବୋଲି କହି ରାଜ୍ୟ ସରକାର ୟୁପି ଆଳୁ ଆମଦାନୀ ଉପରେ ରୋକ ଲଗାଇଛନ୍ତି। ହେଲେ ତେଲେଙ୍ଗାନାରେ ଆଳୁର ଉତ୍ପାଦକତା କମ। ଚାଷ ଲାଗି ଅଧିକ ବ୍ୟୟ ହେଉଥିବା ବେଳେ ସେହି ଅନୁସାରେ ଅମଳ ମିଳୁନି। ଏଣୁ ରାଜ୍ୟରେ ଅମଳ ଆଳୁର ଦର ଅଧିକ ରହୁଛି।

Show More

Related Articles

Back to top button