
ବିହାର ରାଜଧାନୀ ପାଟନାରେ ଥିବା ନାଳନ୍ଦା ମେଡିକାଲ କଲେଜ ଓ ହସ୍ପିଟାଲ୍ (ଏନ୍ଏମ୍ସିଏଚ୍)ରେ ରବିବାର ୮୪ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ହସ୍ପିଟାଲର ୧୯୪ ଡାକ୍ତରଙ୍କ ନମୁନାର ଆର୍ଟି-ପିସିଆର୍ ଟେଷ୍ଟ କରାଯାଇଥିଲା । ସେଥିରୁ ୮୪ଟି ନମୁନା ପଜିଟିଭ୍ ଆସିଛି । ଏକାବେଳକେ ଏତେସଂଖ୍ୟକ ଡାକ୍ତର ସଂକ୍ରମିତ ହୋଇଥିବାରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ ହଇଚଇ ସୃଷ୍ଟି ହୋଇଛି ।
ଏହାଯୋଗୁ ହସ୍ପିଟାଲରେ ଚିକିତ୍ସା ସେବା ପ୍ରଭାବିତ ହୋଇପାରେ । ହସ୍ପିଟାଲ କର୍ତ୍ତୃପକ୍ଷ ଆହୁରି ୨୦୦ ଡାକ୍ତରଙ୍କର ଆର୍ଟି-ପିସିଆର୍ ପରୀକ୍ଷା କରାଇବା ଲାଗି ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ଆହୁରି ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ବିହାରରେ ଗତ ୨୪ ଘଣ୍ଟାରେ ୨୮୧ ନୂଆ ମାମଲା ସାମ୍ନାକୁ ଆସିଛି ।