ଦେଶ ବିଦେଶମୁଖ୍ୟ ଖବର

ଫୁସ୍‌ଫୁସ୍‌କୁ ଅଧିକ କ୍ଷତି କରିପାରୁନାହିଁ ଓମିକ୍ରନ୍‌

ଗଳାରେ ରହି ବଢାଉଛି ସଂକ୍ରମଣ: ଅଧ୍ୟୟନରୁ ଖୁଲାସା

ବିଶ୍ବବ୍ୟାପୀ ଆତଙ୍କ ଖେଳାଇଛି ଓମିକ୍ରନ୍‌ ଭ୍ୟାରିଆଣ୍ଟ । ଭାରତରେ ମଧ୍ୟ ସ୍ଥିତି ବିଗିଡିବାରେ ଲାଗିଛି । ଏହାରି ମଧ୍ୟରେ ଓମିକ୍ରନ୍‌କୁ ନେଇ ବଡ ଆଶ୍ବସ୍ତୀକର ତଥ୍ୟ ଦେଇଛନ୍ତି ବିଶେଷଜ୍ଞ । ଓମିକ୍ରନ୍‌ ଭ୍ୟାରିଆଣ୍ଟ ମଣିଷର ଫୁସ୍‌ଫୁସ୍‌କୁ ଅଧିକ ମାତ୍ରାରେ ସଂକ୍ରମିତ କରିପାରେନି । ବିଶେଷଜ୍ଞଙ୍କ କହିବା କଥା ଯେ, କରୋନାର ଅନ୍ୟ ଭ୍ୟାରିଆଣ୍ଟ ତୁଳନାରେ ଓମିକ୍ରନ୍‌ ତୀବ୍ର ବେଗେର ସଂକ୍ରମିତ କରୁଛି କିନ୍ତୁ ଶରୀରରେ ଏହାର ପ୍ରଭାବ କେବଳ ଗଳାରେ ହିଁ ଅଧିକ ରହୁଛି । ଡେଲ୍‌ଟା ଏବଂ ଅନ୍ୟାନ୍ୟ ଭ୍ୟାରିଆଣ୍ଟ ତୁଳନାରେ ଓମିକ୍ରନ୍‌ ଫୁସ୍‌ଫୁସ୍‌କୁ କମ ସଂକ୍ରମିତ କରୁଛି । ପରୀକ୍ଷଣରୁ ଜଣାପଡିଛି ଯେ, ଫୁସ୍‌ଫୁସ୍‌ ଅପେକ୍ଷା ମଣିଷର ତଣ୍ଟିରେ ଅଧିକ ସଂକ୍ରମିତ କରୁଛି ଓମିକ୍ରନ୍‌ । ଯାହା ଫଳରେ ଛିଙ୍କିବା କିମ୍ବା କାଶିବା ଦ୍ବାରା ଓମିକ୍ରନ୍‌ ଅଧିକରୁ ଅଧିକ ବ୍ୟକ୍ତିଙ୍କୁ ସଂକ୍ରମିତ କରୁଛି । ଅର୍ଥାତ୍‌ ଓମିକ୍ରନ୍‌ର ଟ୍ରାନ୍ସମିସନ୍‌ କ୍ଷମତା ଅଧିକ ରହୁଛି । ମଣିଷର ଫୁସ୍‌ଫୁସ୍‌ ମଧ୍ୟକୁ ଓମିକ୍ରନ୍‌ର ଭାଇରାଲ ଅଧିକ ମାତ୍ରାରେ ପହଞ୍ଚି ପାରିନଥାଏ । ଗଳାରେ ଥିବା ସେଲଗୁଡିକରେ ଓମିକ୍ରନ୍‌ର ଭାଇରାଲ ରହିବା ପରେ ଏହା ଦିନକୁ ଦିନ ଦ୍ରୁତଗତିରେ ବ୍ୟାପିଥାଏ । କିନ୍ତୁ ମାତ୍ର କିଛି ଭାଇରସ୍‌ ଫୁସ୍‌ଫୁସ୍‌ ପର୍ଯ୍ୟନ୍ତ ପହଞ୍ଚିପାରେ । ଅଧିକରୁ ଅଧିକ ଭାଇରାଲ ଗଳା ନିକଟରେ ରହି ସଂକ୍ରମିତ କରାଇଥାଏ ।

ବିଭିନ୍ନ ରିସର୍ଚ୍ଚ ସେଣ୍ଟରର ବିଶେଷଜ୍ଞମାନେ ଓମିକ୍ରନ୍‌ ଏବଂ ଏହାର ଭୟାବହତାକୁ ନେଇ ତଥ୍ୟ ରଖିଛନ୍ତି । ଲିଭରପୁଲ ମଲିକ୍ୟୁଲାର୍‌ ବାୟରୋଲୋଜି ରିସର୍ଚ୍ଚ ସେଣ୍ଟର କହିଛି ଯେ, ଓମିକ୍ରନ୍‌ ମୂଷା ଶରୀରକୁ ଏତେ ମାତ୍ରାରେ ପ୍ରଭାବିତ କରିପାରନୁନାହିଁ । ପରୀକ୍ଷଣ କରାଯାଇଥିବା ମୂଷା ଶରୀରରେ ଓମିକ୍ରନ୍‌ ଭାଇରସ୍‌ର ମାତ୍ରା ଖୁବ କମ ଦେଖିବାକୁ ମିଳିଥିଲା । ମୂଷା ଶରୀରରେ ଓମିକ୍ରନ୍‌ର ଭାଇରସକୁ ପରୀକ୍ଷଣ କରି ଏହା ପାଇଥିଲେ ଯେ, ଡେଲଟା ଏବଂ ୱୁହାନ ସହରରୁ ଆସିଥିବା ଭାଇରସ ଅପେକ୍ଷା ଓମିକ୍ରନ୍‌ କମ ପ୍ରଭାବିତ କରେ । ଆଉ ଏକ ବଡ କଥା ହେଉଛି ପଶୁମାନଙ୍କ ଶରୀରରେ ଓମିକ୍ରନ୍‌ ଭାଇରସ ତୀବ୍ର ବେଗରେ କମୁଥିବା ବେଳେ ମଣିଷ ଶରୀରରେ ତାହା ଅଧିକ ସମୟ ଲାଗୁଛି ।

Show More

Related Articles

Back to top button