ଦେଶ ବିଦେଶବାଣିଜ୍ୟ

ଭାରତରେ ବନ୍ଦ ହେଲା ୧୭.୫ ଲକ୍ଷ ହ୍ବାଟ୍ସଆପ୍‌ ଆକାଉଣ୍ଟ

ଚେକ୍‌ କରିନିଅନ୍ତୁ ଆକାଉଣ୍ଟ ଡିଟେଲସ୍‌

ହ୍ବାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ବଡ ଖବର । ବିଶ୍ବର ଅନ୍ୟତମ ଲୋକପ୍ରିୟ ସୋସିଆଲ ମିଡିଆ ଆପ୍‌ ହ୍ବାଟ୍ସଆପ୍‌ ଅନେକ ଗୁଡିଏ ଆକାଉଣ୍ଟକୁ ବନ୍ଦ କରିଦେଇଛି । ସୁରକ୍ଷା ମାନଦଣ୍ଡକୁ ଦୃଷ୍ଟିରେ ରଖି କମ୍ପାନୀ ଏଭଳି ପଦକ୍ଷେପ ନେଇଛି । ମିଳିଥିବା ସୂଚନା ଅନୁସାରେ, କେବଳ ୨୦୨୧ ନଭେମ୍ବର ମାସରେ ୧୭.୫ ଲକ୍ଷରୁ ଅଧିକ ଭାରତୀୟଙ୍କ ହ୍ବାଟ୍ସଆପ୍‌ ଆକାଉଣ୍ଟକୁ ବନ୍ଦ କରିଦେଇଥିଲା । କମ୍ପାନୀକୁ ୬୦୨ଟି ଅଭିଯୋଗ ମିଳିବା ପରେ ଏଭଳି ପଦକ୍ଷେପ ନେଇଥିଲା । କମ୍ପାନୀ ପକ୍ଷରୁ ସଷ୍ଟୀକରଣ ଦ୍ବାରା କୁହାଯାଇଛି ଯେ, କେବଳ ଭାରତ ନୁହେଁ ଅନ୍ୟ ଦେଶରେ ମଧ୍ୟ ଅଭିଯୋଗ ଆସିଥିବା ହ୍ବାଟ୍ସଆପ୍‌ ଆକାଉଣ୍ଟଗୁଡିକୁ ବନ୍ଦ କରାଯାଉଛି ।

ବନ୍ଦ ହୋଇଥିବା ଆକାଉଣ୍ଟଗୁଡିକ ମଧ୍ୟରୁ କେବଳ ଭାରତରେ ୧.୭ ମିଲିୟନ ଅର୍ଥାତ ୧୭.୫ ଲକ୍ଷ ହ୍ବାଟ୍ସଆପ୍‌ ଆକାଉଣ୍ଟ ବନ୍ଦ କରାଯାଇଛି । ଭାରତୀୟ ଆକାଉଣ୍ଟଗୁଡିକର ଚିହ୍ନଟ +୯୧ ମାଧ୍ୟମରେ କରାଯାଏ । ହ୍ବାଟ୍ସଆପ୍‌ର ଜଣେ ଅଧିକାରୀ କହିଛନ୍ତି, ‘ଆଇଟି ନିୟମ ୨୦୨୧ ଅନୁଯାୟୀ ଆମେ ନଭେମ୍ବର ମାସର ରିପୋର୍ଟ ପ୍ରକାଶ କରିଛୁ । ଯେଉଁ ଆକାଉଣ୍ଟଗୁଡିକ ଗାଇଡଲାଇନ୍‌କୁ ଅମାନ୍ୟ କରିଛନ୍ତି ଏବଂ ପଲିସି ବିରୁଦ୍ଧରେ ଯାଇ କୌଣସି କାର୍ଯ୍ୟ କରିଛନ୍ତି ସେହି ଆକାଉଣ୍ଟଗୁଡିକୁ ବାତିଲ କରିଦିଆଯାଇଛି ।’

Show More

Related Articles

Back to top button