ଆଜିଠୁ ୧୫ ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ
ମାସେ ମଧ୍ୟରେ ପ୍ରଥମ ଡୋଜ ଶେଷ କରିବା ଲକ୍ଷ୍ୟ

ଆଜିଠୁ ସାରା ଦେଶରେ ୧୫ରୁ ୧୮ବର୍ଷ ପିଲାଙ୍କ ଟିକାକରଣ। ଏଥିପାଇଁ ରାଜ୍ୟରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପର୍ଯ୍ୟାପ୍ତ ପରିମାଣର ଭ୍ୟାକ୍ସିନ ସବୁ ଜିଲ୍ଲାରେ ପହଞ୍ଚି ସାରିଛି । ସବୁ ଜିଲ୍ଲାରେ ମଧ୍ୟ ନିର୍ଦ୍ଦିଷ୍ଟ ଟିକାକରଣ କେନ୍ଦ୍ର ଖୋଲାଯାଇଛି । ତେବେ କେବଳ ୧୫ରୁ ୧୮ବର୍ଷ ପିଲାଙ୍କ ଟିକାକରଣ ପାଇଁ ସ୍ବତନ୍ତ୍ର ଭାବେ ୯ଶହ ୩୯ଟି କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଏହା ବାଦ ଅନ୍ୟ ଟିକାକରଣ କେନ୍ଦ୍ରରେ ମଧ୍ୟ ଏହି ବର୍ଗର ପିଲାଙ୍କୁ ଟିକା ଦିଆଯିବ । ସ୍ବତନ୍ତ୍ର ଟିକାକରଣ କେନ୍ଦ୍ରରେ ଦିନ ସାରା ଟିକା ଦିଆଯିବ ।
ସେହିପରି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ଯେ, ଆମ ପାଖରେ ଏବେ ୧୫ ଲକ୍ଷ କୋଭାକସିନ୍ ଟିକା ମହଜୁଦ ରହିଛି । ମାସେ ମଧ୍ୟରେ ପିଲାଙ୍କ ପ୍ରଥମ ଡୋଜ ଟିକା କରଣ ଶେଷ କରିବା ପାଇଁ ପାଇଁ ଲକ୍ଷ୍ୟ ରହିଛି । ଜାନୁଆରୀ ୧ ତାରିଖରୁ ଯେଉଁ ମାନେ ଅନଲାଇରେ ପଞ୍ଜିକରଣ କରିଥିବେ ସେମାନେ ଟିକା ନେଇ ପାରିବେ । ଯେଉଁମାନେ ଅନଲାଇନ ପଞ୍ଜିକରଣ କରି ନାହାନ୍ତି ସେମାନେ ଅନସ୍ପଟ ପଞ୍ଜିକରଣ କରି ଟିକା ନେଇ ପାରିବେ।