Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କଲେ ଯୋଗୀ

ରାମଲାଲଙ୍କ ଦର୍ଶନ କଲେ ଯୋଗୀ ଆଦିତ୍ୟନାଥ

ଅଯୋଧ୍ୟା: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଅଯୋଧ୍ୟା ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ ରାମଲାଲାଙ୍କ ଦର୍ଶନ କରିଛନ୍ତି । ପରେ ପରେ ଶ୍ରୀରାମ ଜନ୍ମଭୂମି ମନ୍ଦିରର ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ । ମନ୍ଦିର ନିର୍ମାଣ ସମ୍ପର୍କରେ ଅଧିକାରୀଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।
ଲକ୍ଷ୍ନୌରୁ ହେଲିକପ୍ଟର ଯୋଗେ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ପହଞ୍ଚିଥିଲେ । ପ୍ରଥମେ ଶ୍ରୀରାମ ଜନ୍ମଭୂମି ଆନ୍ଦୋଳନର ନେତା ତଥା ଦିଗମ୍ବର ଅଖାଡାର ମହନ୍ତ ରାମଚନ୍ଦ୍ରଦାସ ଜୀ ମହାରାଜଙ୍କ 20ତମ ପୁଣ୍ୟତିଥି ଅବସରରେ ସରଜୁ ନଦୀ କୂଳରେ ଥିବା ତାଙ୍କ ସମାଧିସ୍ଥଳରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ୟବସ୍ଥା ପ୍ରବନ୍ଧକ ଆଚାର୍ଯ୍ୟ ନାରାୟଣ ମିଶ୍ରା, ପୂଜାରୀ ସହିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Show More

Related Articles

Back to top button