Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ, 4ଶହରୁ ଅଧିକ ରାସ୍ତା ବନ୍ଦ

ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ପରିସ୍ଥିତି

() ଶିମଲା: ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ । କିଛି ଦିନ ହେବ ଲଗାଣ ବର୍ଷା ଯୋଗୁ ଠପ୍ ହୋଇପଡିଛି ଜନଜୀବନ । ପାହାଡିଆ ଅଞ୍ଚଳ ହୋଇଥିବାରୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ପରିସ୍ଥିତି ଉପୁଜିଛି । ବିଭିନ୍ନ ସ୍ଥାନରେ ରାସ୍ତା ବନ୍ଦ ହୋଇଯାଇଛି । ତେବେ ରାସ୍ତା ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ତେବେ ବିଭିନ୍ନ ସ୍ଥାନରେ ରାସ୍ତା ବନ୍ଦ ଯୋଗୁ ଲୋକେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ରିପୋର୍ଟ ଅନୁସାରେ, ଶନିବାର ସକାଳ ସୁଦ୍ଧା ରାଜ୍ୟରେ ଭୂସ୍ଖଳନ ଯୋଗୁ ତିନୋଟି ଜାତୀୟ ରାଜପଥ ସହ 415ଟି ରାସ୍ତା ବନ୍ଦ ରହିଛି । 253ଟି ବିଜୁଳି ଟ୍ରାନ୍ସଫର୍ମର, 107 ପାଣିଟାଙ୍କି ଠପ୍ ହୋଇପଡିଛି । ରିପୋର୍ଟ ମୁତାବକ ମଣ୍ଡି ଜିଲ୍ଲା ସବୁଠୁ ବେଶୀ ପ୍ରଭାବିତ ହୋଇଛି । ଏହି ଜିଲ୍ଲାରେ 217ଟି ରାସ୍ତା ଅବରୋଧ ହୋଇଛି । ସେହିପରି କୁଲ୍ଲୁରେ 67ଟି, ଶିମଲାରେ 45ଟି, ସୋଲନରେ 42, ହମିରପୁରରେ 14, ଚମ୍ବାରେ 10, ବିଳାସପୁର ଓ କାଙ୍ଗଡାରେ ସାତୋଟି ଲେଖାଏଁ ରାସ୍ତା ବନ୍ଦରହିଛି ।
ମଣ୍ଡିରେ ଦୁଇଟି ଓ କୁଲ୍ଲୁରେ ଗୋଟିଏ ଜାତୀୟ ରାଜପଥ ଅବରୋଧ ହୋଇପଡିଛି । ପ୍ରବଳ ବର୍ଷା ଯୋଗୁ ମଣ୍ଡିରେ 140ଟି ଟ୍ରାନ୍ସଫର୍ମର ବନ୍ଦ ଥିବା ସୂଚନା ମିଳିଛି ।….

Show More

Related Articles

Back to top button