ଜୀବନଚର୍ଯ୍ୟା

ଅଵିଵାହିତାମାନେ ଯଦି ଦେଖୁଥାନ୍ତି ଏପରି ସ୍ୱପ୍ନ, ତେବେ ଖୁବ ଶୀଘ୍ର ହେବ ବିବାହ

ବିବାହ ପ୍ରତ୍ୟେକ ଝିଅଙ୍କ ପାଇଁ ଖାସ୍ ହୋଇଥାଏ। ଏପରି କ୍ଷେତ୍ରରେ ସେମାନେ ଏହାକୁ ନେଇ ଅଧିକ ପୋଜେସିଭ ଏବଂ ଚିନ୍ତାଶୀଳ ହୋଇଥାନ୍ତି। ଏଥିପାଇଁ ଅନେକ ଝିଅମାନେ ନିଜ ଜୀବନସାଥୀଙ୍କ ବିଷୟରେ ଆଗରୁ ଭାବିଥାଆନ୍ତି

ଏହି କାରଣରୁ ଅନେକ ଝିଅମାନେ ରାତିରେ ସ୍ବପ୍ନରେ ବିବାହ ସହ ଜଡ଼ିତ ସ୍ବପ୍ନ ଦେଖିଥାଆନ୍ତି। ଏପରି କ୍ଷେତ୍ରରେ ଆମେ ସ୍ବପ୍ନଶାସ୍ତ୍ର କଥା କହିବା ଯଦି ଅବିବାହିତ ଲୋକଙ୍କୁ ଆସୁଥିବା ସ୍ବପ୍ନ ବିବାହ ସହ ଜଡ଼ିତ କିଛି କଥାକୁ ଇଙ୍ଗିତ କରିଥାଏ। ଆସନ୍ତୁ ଜାଣିବା ଏହା ବିଷୟରେ
୧.ଶୀଘ୍ର ବିବାହର ସଙ୍କେତ : ସ୍ବପ୍ନରେ ସହର ଦେଖାଯିବା ଅତ୍ୟନ୍ତ ଶୁଭ ହୋଇଥାଏ। କିନ୍ତୁ ଅବିବାହିତା ଝିଅ କିମ୍ବା ପୁଅ ମହୁ ଖାଇବା ସ୍ବପ୍ନ ଦେଖିଲେ ତାଙ୍କ ବିବାହ ଖୁବ୍ ଶୀଘ୍ର ହେବାର ଈଶାରା କରିଥାଏ।
୨. ଦୂର ହୋଇଥାଏ ବିବାହରେ ଆସୁଥିବା ସମସ୍ତ ବାଧାବିଘ୍ନ : ଅଧିକାଂଶ ସମୟରେ ବିବାହ ସ୍ଥିର ହୋଇଯିବା ପରେ ବାଧା ଉପୁଜିଥାଏ। ଅନେକ ଥର ସମ୍ପର୍କ ଭାଙ୍ଗିଯାଇଥାଏ। ସ୍ବପ୍ନଶାସ୍ତ୍ର ଅନୁସାରେ,ଯଦି କେହି ସ୍ବପ୍ନ​‌ରେ ଡେଣା ମେଲାଇଥିବା ମୟୁର ପଙ୍ଖ ଦେଖିଲେ ତେବେ ଏହି ବିବାହ ଶୀଘ୍ର ହୋଇଥାଏ।
୩. ସୁଖଦାୟକ ହେବ ବୈବାହିକ ଜୀବନ : ସ୍ବପ୍ନରେ ନିଜକୁ କିମ୍ବା ଅନ୍ୟକୁ ଡାନ୍ସ କରୁଥିବା ଦେଖିଲେ ଅନେକ ଶୁଭ ସଙ୍କେତ ହୋଇଥାଏ। ଏଥିରୁ ଜଣା ପଡ଼ିଥାଏ ଯେ ଆପଣଙ୍କ ଜୀବନ ଅତ୍ୟନ୍ତ ଖୁସିରେ କଟିବ। ଏହା ସହିତ ଜୀବନରେ ଆସୁଥିବା ସମସ୍ୟା ସ୍ବାମୀ ସ୍ତ୍ରୀ ନିଜ ବିଚାର ବିମର୍ଶରେ ଭଲ ଭାବେ ସମାଧାନ କରିଦେବେ।

୪. ମିଳିବ ଶ୍ରେଷ୍ଠ ଜୀବନସାଥୀ : ଯଦି ଅବିବାହିତ ଲୋକେ ସ୍ବପ୍ନରେ ନିଜକୁ କେଉଁଠି ବୁଲିବା କିମ୍ବା ଭିଡ଼ ସ୍ଥାନରେ ଦେଖିବେ ତେବେ ​‌ତାଙ୍କ ସ୍ବପ୍ନର ରାଜକୁମାର କିମ୍ବା ରାଜକୁମାରୀ ମିଳିବ। ସେମାନେ ନିଜ ଜୀବନସାଥୀଙ୍କଠାରେ ଯେଉଁ ଗୁଣ ଖୋଜୁଥିବେ ସେମାନଙ୍କୁ ଠିକ୍ ସେହିପରି ପାର୍ଟନର ମିଳିବ।
୫. ମିଳିବ ମନପସନ୍ଦ ସାଥୀ : ସମସ୍ତେ ଜୀବନସାଥୀଙ୍କୁ ନେଇ ଅନେକ କଥା ଭାବିଥାଆନ୍ତି। ଏପରି କ୍ଷେତ୍ରରେ ସ୍ବପ୍ନରେ ରଙ୍ଗବେରଙ୍ଗର ଫୁଲ ଏବଂ ସବୁଜିମା ଭରା ବ୍ୟାଗ୍ ଦେଖିଲେ ଅତ୍ୟନ୍ତ ଶୁଭ ହୋଇଥାଏ। ସ୍ବପ୍ନଶାସ୍ତ୍ର ଅନୁସାରେ ଏହି ସ୍ବପ୍ନ ଏକଥାକୁ ସଙ୍କେତ ଦେଇଥାଏ ଯେ ଆପଣଙ୍କୁ ନିଜ ମନପସନ୍ଦର ଜୀବନସାଥୀ ମିଳିବ।
୬. ବିବାହ ସମ୍ବନ୍ଧିତ ସମସ୍ତ ଇଚ୍ଛା ହେବ ପୂରଣ : ନିଜ ବିବାହକୁ ନେଇ ସମସ୍ତେ ବହୁତ ସ୍ବପ୍ନ ଦେଖିଥାଆନ୍ତି। ଏପରି କ୍ଷେତ୍ରରେ ଯଦି କାହାକୁ ସ୍ବପ୍ନରେ ଇନ୍ଦ୍ରଧନୁ ଦେଖାଯାଏ ତେବେ ଏହାର ଅର୍ଥ ବିବାହ ସହ ସମ୍ବନ୍ଧିତ ସମସ୍ତ ଇଚ୍ଛା ଖୁବ୍ ଶୀଘ୍ର ପୂରଣ ହେବ।
୭. ଧନୀ ବ୍ୟକ୍ତିଙ୍କୁ କରିବେ ବିବାହ : ସ୍ବପ୍ନରେ ନିଜକୁ କାହାଠୁ ସୁନାର ଜିନିଷ ଗିଫ୍ଟ ନେଉଥିବା ଦେଖିବାର ଅର୍ଥ ଆପଣଙ୍କ ଜୀବନସାଥୀ ଅତ୍ୟନ୍ତ ଧନୀ ହେବେ। ଏପରି କ୍ଷେତ୍ରରେ ବିବାହ ପରେ ଆପଣଙ୍କୁ କୌଣସି ଜିନିଷର ଅଭାବ ହେବ ନାହିଁ। ଏହା ସହିତ ଜୀବନ ଅତ୍ୟନ୍ତ ସୁଖରେ ବିତିବ।

Show More

Related Articles

Back to top button