ଦେଶ ବିଦେଶବାଣିଜ୍ୟ

ଏଲପିଜି ସବ୍ ସିଡ଼ିକୁ ନେଇ ସରକାରଙ୍କ ବୟାନ,୭କୋଟି ଗ୍ରାହକଙ୍କ ଉପରେ ପଡିବ ପ୍ରଭାବ

ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼ରେ ସରକାର ନିଜର ଅଂଶଧନ ବିକ୍ରି କରିବାକୁ ଯାଉଛନ୍ତି। ଏହିଭଳି ସ୍ଥିତିରେ ୭ କୋଟିରୁ ଅଧିକ ଏଲପିଜି ଗ୍ୟାସ ବ୍ୟବହାର କରୁଥିବା ଗ୍ରାହକଙ୍କ ମନରେ ସବସିଡିକୁ ନେଇ ନାନା ପ୍ରଶ୍ନ ଉଠୁଥିଲା

ଲୋକଙ୍କ ମନରେ ଉଠୁଥିବା ଏହି ପ୍ରଶ୍ନକୁ ନେଇ ସରକାରଙ୍କ ତରଫରୁ ସ୍ପଷ୍ଟୀକରଣ ଜାରି କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ କହିଥିଲେ ଯେ ବିପିସିଏଲର ଘରୋଇକରଣ ପରେ ମଧ୍ୟ ଉପଭୋକ୍ତାଙ୍କୁ ଗ୍ୟାସ ସବସିଡି ମିଳିବ। ତୈଳ ବିତରଣ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ (IOC), ବିପିସିଏଲ (BPCL) ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼ (HPCL) ଉପଭୋକ୍ତାଙ୍କୁ ସବସିଡିରେ ଗ୍ୟାସ ଯୋଗାଇଥାଏ।

ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ସମସ୍ତ ଭେରିଫାଏଡ ଗ୍ରାହକଙ୍କୁ ଡିଜିଟାଲ ତରିକାରେ ଏଲପିଜି ସବସିଡି ଗ୍ୟାସ ଦିଆଯାଇଥାଏ। ଯେହେତୁ ଉପଭୋକ୍ତାଙ୍କୁ ସିଧାସଳଖ ଭାବେ ଗ୍ୟାସ ଦିଆଯାଇଥାଏ ସେଥିପାଇଁ ସର୍ଭିସିଂ କମ୍ପାନୀ ସାର୍ବଜନିକ କ୍ଷେତ୍ର ନା ଘରୋଇ କ୍ଷେତ୍ର ସେନେଇ କୌଣସି ଫରକ ପଡ଼ିନଥାଏ। ବିନିଯୋଗ ପରେ ମଧ୍ୟ ବିପିସିଏଲ ଉପଭୋକ୍ତାଙ୍କ ପାଇଁ ଏଲପିଜି ସବସିଡି ପୂର୍ବ ଭଳି ଜାରି ରହିବ।

ବିପିସିଏଲ ମୁମ୍ବାଇ, କୋଚି, ବିଣା (ମଧ୍ୟ ପ୍ରଦେଶ), ନୁମାଲିଗଡ(ଆସାମ)ରେ ପ୍ରତିବର୍ଷ ୩୮.୩ ମିଲିୟନ ଟନ ସଂଯୁକ୍ତ କ୍ଷମତା ସହ ୪ଟି ରିଫାଇନାରୀ ସଞ୍ଚାଳନ କରିଥାଏ ଯାହା ଭାରତର ୨୪୯.୮ ମିଲିୟନ ମୋଟ ଶୋଧନ କ୍ଷମତାର ୧୫.୩ ପ୍ରତିଶତ।

ସରକାର ବିପିସିଏଲରେ ପ୍ରବନ୍ଧନ ନିୟନ୍ତ୍ରଣ ସହ ନିଜର ୫୩ ପ୍ରତିଶତ ଅଂଶଧନ ବିକ୍ରି କରୁଛି। ନୂଆ ମାଲିକଙ୍କୁ ଭାରତର ତୈଳ ଶୋଧନ କ୍ଷମତାର ୧୫.୩୩ ପ୍ରତିଶତ ଇନ୍ଧନ ବିପଣନର ୨୨ ପ୍ରତିଶତ ଅଂଶ ମିଳିବ। ଏହା ଦେଶରେ ୧୭ ହଜାର ୩୫୫ ପେଟ୍ରୋଲ ପମ୍ପ, ୬ ହଜାର ୧୫୯ ଏଲପିଜି ବିତରକ ଏଜେନ୍ସି ଓ ୨୫୬ ବିମାନ ଇନ୍ଧନ ଷ୍ଟେସନରୁ ୬୧ଟି ର ମାଲିକ। କେନ୍ଦ୍ର ସରକାର ଗୋଟିଏ ବର୍ଷରେ ପ୍ରତ୍ୟେକ ଘରେ ୧୪.୨ କିଲୋର ୧୨ଟି ଗ୍ୟାସ ସିଲିଣ୍ଡର ସବସିଡି ଦରରେ ଦେଇଥାନ୍ତି। ଏହି ସବସିଡି ସିଧା ଉପଭୋକ୍ତାଙ୍କ ବ୍ୟାଙ୍କ ଖାତାକୁ ଯାଇଥାଏ।

Show More

Related Articles

Back to top button