ଜୀବନଚର୍ଯ୍ୟା

ରବିବାର ଦିନ ସୂର୍ଯ୍ୟଦେବଙ୍କ ପୂଜା କଲେ, ମିଳିଥାଏ ହନୁମାନଙ୍କ ଆଶୀର୍ବାଦ

ଯଦି ଆପଣ ଚାହୁଁଛନ୍ତି ସଙ୍କଟ ମୋଚନ ପବନପୁତ୍ର ହନୁମାନଙ୍କର କୃପା ଲାଭ କରିବା ପାଇଁ ତେବେ ରବିବାର ଦିନ ସୂର୍ଯ୍ୟ ଦେବତାଙ୍କୁ ଧ୍ୟାନ କରିବା ଆରମ୍ଭ କରି ଦିଅନ୍ତୁ l ସୂର୍ଯ୍ୟ ଦେବତା ହନୁମାନଙ୍କର ଗୁରୁ ଅଟନ୍ତି ,ଶିଷ୍ୟ ନିଜର ଗୁରୁକୁ ଧ୍ୟାନ କରୁଥିବା ବ୍ୟକ୍ତି ଉପରେ ସର୍ବଦା ପ୍ରସନ ରହିଥାନ୍ତି

ହନୁମାନ କିଭଳି ଭାବରେ ସୂର୍ଯ୍ୟ ଦେବତାଙ୍କୁ ନିଜର ଗୁରୁ କଲେ ସେ କଥାକୁ ନେଇ ଗୋଟିଏ ରୋଚକ କଥା ରହିଛି l

ଥରେ ମାତା ଅଂଜନୀ ହନୁମାନଙ୍କୁ ଶୁଆଇଦେଇ ନିଜ କାମରେ ବ୍ୟସ୍ତ ହୋଇଗଲେ l କିଛି ସମୟ ପରେ ହନୁମାନଙ୍କର ନିଦ ଭାଙ୍ଗିଯିବା କାରଣରୁ ସେ ଭୋକରେ ବ୍ୟସ୍ତ ହୋଇଗଲେ l ସେହି ସମୟରେ ତାଙ୍କର ନଜର ଆକାଶରେ ଥିବା ସୂର୍ଯ୍ୟ ଦେବତାଙ୍କ ଉପରେ ପଡିଲା l ସେ ଭାବିଲେ ଯେ ଏହି ଯେଉଁ ନାଲି ରଙ୍ଗର ଗୋଲ ଆକାର ଦେଖା ଯାଉଛି ଏହା ନିଶ୍ଚିନ୍ତ ଭାବରେ କୌଣସି ମିଠା ଫଳ ହୋଇଥିବା l ଏହାପରେ ସେ ସୂର୍ଯ୍ୟଙ୍କୁ ଫଳ ଭାବି ଖାଇବା ପାଇଁ ଆକାଶ ମାର୍ଗକୁ ଚାଲିଲେ ଓ ତାଙ୍କୁ ହାତରେ ଧରି ପାଟିରେ ପୁରାଇ ଦେଲେ l ଏହା ପରେ ଚାରିଆଡେ ଅନ୍ଧାର ଘୋଟି ଗଲା l ସେହି ସମୟରେ ସୂର୍ଯ୍ୟ ଗ୍ରହଣ ଚାଲିଥିବା ହେତୁ ରହୁ ସୂର୍ଯ୍ୟଙ୍କୁ ଗ୍ରାସ କରିବା ପାଇଁ ତାଙ୍କ ନିକଟକୁ ଆସୁଥିଲା l ଏହାପରେ ହନୁମାନଙ୍କୁ ଦେଖି ରହୁ ଭୟବିତ୍ତ ହୋଇ ଦେବରାଜ ଇନ୍ଦ୍ରଙ୍କ ପାଖରେ ପହଁଚିଲା l

ଦେବରାଜ ଇନ୍ଦ୍ର ପଚାରିଲେ ତମେ କଣ ପାଇଁ ଅଟେ ଭୟବିତ୍ତ ହୋଇଯାଇଛ l ରହୁ କହିଲେ ଆପଣ କିପରି ଏହିପରି ଭୁଲ କଲେ ,ସୂର୍ଯ୍ୟଙ୍କୁ ଗ୍ରାସ କରିବା ପାଇଁ ଆଉ ଗୋଟିଏ ରହୁ ପଠାଇ ଦେଇଛ l ରହୂଙ୍କ କଥା ଶୁଣି ଦେବରାଜ ଇନ୍ଦ୍ର ଆଶ୍ଚର୍ଯ୍ୟ ହୋଇ ଗଲେ l ଏହାପରେ ସେ ନିଜର ଐରାବତ ହସ୍ତୀ ଉପରେ ବସି ହାତରେ ଅସ୍ତ୍ର ଓ ବଜ୍ର ଧାରଣା କରି ସୂର୍ଯ୍ୟଙ୍କ ନିକଟକୁ ଗଲେ l ସେ ଦେଖିଲେ ଯେ ଗୋଟିଏ ଛୋଟ ବାନର ସୂର୍ଯ୍ୟ ଦେବତାଙ୍କୁ ନିଜ ପାଟି ଭିତରେ ପୁରାଇ ଆକାଶ ମାର୍ଗରେ ଖେଳୁଛି l                         

ହନୁମାନ ଯେତେବେଳେ ଐରାବତ ହାତୀକୁ ଦେଖିଲେ ତାଙ୍କୁ ମଧ୍ୟ ଗୋଟିଏ ଫଳ ବୋଲି ଭାବିଲେ ଓ ଇନ୍ଦ୍ରଙ୍କ ଆଡକୁ ଅଗ୍ରସର ହେଲେ l ଇନ୍ଦ୍ର ନିଜକୁ ସୁରକ୍ଷିତ କରିବା ସହିତ ସୂର୍ଯ୍ୟଙ୍କୁ କିପରି ହନୁମାନଙ୍କ ପାଖରୁ ମୁକ୍ତ କରିବେ ସେଥିପାଇଁ ହନୁମାନଙ୍କୁ ବଜ୍ରରେ ପ୍ରହାର କଲେ l ବଜ୍ରର ପ୍ରହରରେ ହନୁମାନ ଚେତା ଶୂନ୍ୟ ହୋଇ ପୃଥିବୀ ଉପରେ ଖସିବାକୁ ଲାଗିଲେ ,ଏହା ଦେଖି ହନୁମାନଙ୍କର ଧର୍ମ ପିତା ଵାୟୁଦେବଙ୍କୁ କ୍ରୋଧ ଆସିଲା ଓ ସେ ନିଜର ଗତିକୁ ଅଟକାଇ ଦେଲେ ଏବଂ ନିଜ ପୁତ୍ରକୁ ଧରି ପକାଇଲେ l ଏହାପରେ ସୂର୍ଯ୍ୟ ଦେବା ହନୁମାନଙ୍କ ପାଟିରୁ ବାହାରି ଗଲେ l ସାରା ପୃଥିବୀରେ ପବନର ଗତି ବନ୍ଦ ହୋଇଗଲା l

ଏହାପରେ ସମସ୍ତ ସୁର ,ଅସୁର ;ଯକ୍ଷ ,କିନର ଆଦି ବ୍ରହ୍ମାଙ୍କ ଶରଣକୁ ଗଲେ l ବ୍ରହ୍ମା ମଧ୍ୟ ସମସ୍ତଙ୍କୁ ସାଙ୍ଗରେ ଧରି ବାୟୁ ଦେବଙ୍କ ପାଖରେ ପହଁଚିଲେ l ଏହା ପରେ ବାୟୁ ଦେବଙ୍କୁ ଅନୁରୋଧ କଲେ ଆପଣ ବାୟୁର ସଂଚାର କରି ସମସ୍ତଙ୍କୁ ଜୀବନ ଦାନ ଦିଅନ୍ତୁ l ଏହା କହି ପରମପିତା ବ୍ରହ୍ମଦେବ ହନୁମାନଙ୍କୁ ଶକ୍ତି ଦେଇ ଉଠାଇଲେ l ଏହାପରେ ସ୍ୱର୍ଗର ସମସ୍ତ ଦେବତା ମାନେ ହନୁମାନଙ୍କୁ ନିଜର ଶକ୍ତି ପ୍ରଦାନ କରି ବଳଶାଳୀ ଓ ପରାକ୍ରମ ଶାଳୀ ଦେବତା ଭାବରେ ପ୍ରତିଷ୍ଠା କଲେ l ଏହା ପରେ ସୂର୍ଯ୍ୟ ଦେବ ହନୁମାନଙ୍କୁ ନିଜ ଶିଷ୍ୟ ଭାବରେ ଗ୍ରହଣ କରି ଶିକ୍ଷା ଦେବେ ବୋଲି ନିର୍ଣ୍ଣୟ ନେଲେ l

Show More

Related Articles

Back to top button