ଦେଶ ବିଦେଶ

ଅନଲକ୍-୪; ଖୋଲିପାରେ ମେଟ୍ରୋ, ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ଅନଲକ୍-୪ରେ ସରକାର ସାଧରଣ ଜନତାଙ୍କ ପାଇଁ ଅନେକ ସୁବିଧା ପ୍ରଦାନ କରିବାକୁ ବ୍ୟବସ୍ଥା କରୁଛନ୍ତି । ସେପ୍ଟେମ୍ୱର ମାସ ପହିଲାରୁ ଆରମ୍ଭ ହେବାକୁ ଥିବା ଏହି ଅନଲକ୍-୪ରେ ମେଟ୍ରୋ ଖୋଲାଯିବାର ସମ୍ଭାବନା ରହିଛି ।

ନୂଆଦିଲ୍ଲୀ: ଅନଲକ୍-୪ରେ ସରକାର ସାଧରଣ ଜନତାଙ୍କ ପାଇଁ ଅନେକ ସୁବିଧା ପ୍ରଦାନ କରିବାକୁ ବ୍ୟବସ୍ଥା କରୁଛନ୍ତି । ସେପ୍ଟେମ୍ୱର ମାସ ପହିଲାରୁ ଆରମ୍ଭ ହେବାକୁ ଥିବା ଏହି ଅନଲକ୍-୪ରେ ମେଟ୍ରୋ ଖୋଲାଯିବାର ସମ୍ଭାବନା ରହିଛି । ସେହିପରି ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଖୋଲିବାକୁ ନେଇ ଏବେ ବି ମଧ୍ୟ ସବୁଜ ସଙ୍କେତ ମିଳିପାରିନାହିଁ । ସରକାରୀ ସୁତ୍ରରୁ ଏହି ସମସ୍ତ ସୂଚନା ମିଳିପାରିଛି । ସେହିପରି ସମସ୍ତ ରାଜ୍ୟରେ ପରିବହନ ବ୍ୟବସ୍ଥା ସୁପରିଚାଳନା ପାଇଁ ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ସମସ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ମହାମାରୀ କୋରୋନାକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ମେଟ୍ରୋ ସେବା ବନ୍ଦ କରାଯାଇଥିଲା । ସମଗ୍ର ଦେଶରେ ମହାମାରୀ କୋରୋନା ଦ୍ୱାରା ୩୧ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଛନ୍ତି ।
ସେହିପରି ଦେଶରେ ମେଟ୍ରୋ ସେବା, ସିନେମାଘର, ସ୍ୱିଇମିଂପୁଲ, ପାର୍କ, ଥିଏଟର, ବାର, ଅଡିଟୋରିୟମ ଭଳି ଅନେକ ସଂସ୍ଥା ଖୋଲାଯାଇପାରିବ । ସେହିପରି ରାଜନୈତିକ, ସାମାଜିକ, ମନୋରଞ୍ଜନ ଓ ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ ରହିପାରେ ।

Show More

Related Articles

Back to top button