ଓଡ଼ିଶା

ରାଜ୍ୟରେ ପୁଣି ୨୫୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଆଜି ରାଜ୍ୟରୁ ୨୫୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ଫଳରେ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୫୬୯୨୪ରେ ପହଞ୍ଚିଛି।

ଭୁବନେଶ୍ୱର: ଆଜି ରାଜ୍ୟରୁ ୨୫୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ଫଳରେ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୫୬୯୨୪ରେ ପହଞ୍ଚିଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୨୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱରର ଜିଲ୍ଲାରୁ ୨୭୬ଜଣ, ଗଞ୍ଜାମ ଜିଲ୍ଲାରୁ ୨୩୭ଜଣ, କଟକ ଜିଲ୍ଲାରୁ ୧୫୨ଜଣ, ରାୟଗଡ଼ା ଜିଲ୍ଲାରୁ ୧୪୪ଜଣ, ଭଦ୍ରକ ଜିଲ୍ଲାରୁ ୧୪୦ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୩୮ଜଣ, କୋରାପୁଟ ଜିଲ୍ଲାରୁ ୯୮ଜଣ, ପୁରୀ ଜିଲ୍ଲାରୁ ୯୭ଜଣ, ନୟାଗଡ଼ ଜିଲ୍ଲାରୁ ୯୬ଜଣ, ବଲାଙ୍ଗୀର ଜିଲ୍ଲାରୁ ୮୫ଜଣ, ଢ଼େଙ୍କାନାଳ ଜିଲ୍ଲାରୁ ୬୧ଜଣ, କନ୍ଧମାଳ ଜିଲ୍ଲାରୁ ୬୦ଜଣ, ସମ୍ବଲପୁର ଜିଲ୍ଲାରୁ ୫୯ଜଣ, ଯାଜପୁର ଜିଲ୍ଲାରୁ ୫୮ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୫୪ଜଣ, ବରଗଡ଼ ଜିଲ୍ଲାରୁ ୫୩ଜଣ, ଜଗତସିଂହପୁର ଜିଲ୍ଲାରୁ ୫୩ଜଣ, ମାଲକାନଗିରି ଜିଲ୍ଲାରୁ ୫୨ଜଣ, ଯାଜପୁର ଜିଲ୍ଲାରୁ ୪୨ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୧ଜଣ, କନ୍ଧମାଳ ଜିଲ୍ଲାରୁ ୨୩ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୨ଜଣ, ଦେବଗଡ଼ ଜିଲ୍ଲାରୁ ୧୯ଜଣ, କେନ୍ଦୁଝର ଜିଲ୍ଲାରୁ ୧୯ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୮ଜଣ, ଅନୁଗୁଳ ଜିଲ୍ଲାରୁ ୩ଜଣ ଓ ବୌଦ୍ଧରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦେଇଛି।

Show More

Related Articles

Back to top button