Breaking PLUSଓଡ଼ିଶାମୁଖ୍ୟ ଖବର

20ରୁ 1 ନମ୍ବର ହାଟରେ ପରିବାର ବ୍ୟବସାୟ ବନ୍ଦ

ଆସନ୍ତା 20 ତାରିଖରୁ ୟୁନିଟ-1 କଞ୍ଚା ପରିବା ହାଟରେ ବ୍ୟବସାୟ ବନ୍ଦ। ଦୋକାନ ଖୋଲା ରହିବ କିନ୍ତୁ ଆସିବନି ପରିବା ଗାଡି । ବିଭିନ୍ନ କାରଣରୁ ବଡ ଗାଡି ହାଟ ଭିତରକୁ ଆସିବାକୁ ଅସୁବିଧା ହେଉଥିବାରୁ ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ମହାଜନ ସଙ୍ଘ ପକ୍ଷରୁ ବ୍ୟବସାୟ ବନ୍ଦ ଡାକରା ଦିଆଯାଇଛି । ପାର୍କିଂ ବ୍ୟବସ୍ଥା, ଦୈନନ୍ଦିନ ପରିବା ଗାଡି ଆସୁଥିବା ଷ୍ଟେଟବ୍ୟାଙ୍କ ଗଳି ରାସ୍ତାରେ ଚଳାଚଳ ବନ୍ଦ, ଜବରଦଖଲ ଉଚ୍ଛେଦ ଭଳି ୭ ଦଫା ଦାବି ନେଇ ବ୍ୟବସାୟ ମହାଜନ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ୧୯ ତାରିଖ ରାତିରୁ ଆଇଗିଣିଆ ଏବଂ ୨୦ ତାରିଖରୁ ୟୁନିଟ ୧ ହାଟକୁ ଗାଡି ଆସିବା ବନ୍ଦ ହୋଇଯିବ। ଫଳରେ ଭୁବନେଶ୍ୱର ଏବଂ ଆଖପାଖ ଅଂଚଳରେ କଞ୍ଚା ପରିବା ମିଳିବ ନାହିଁ ।

Show More

Related Articles

Back to top button