Breaking PLUSଓଡ଼ିଶାମୁଖ୍ୟ ଖବର

ରାଞ୍ଚିରୁ ଦୁଇ ଠକଙ୍କୁ ବାନ୍ଧିଲା ଓଡ଼ିଶା ଇଓଡବ୍ଲୁ

ଓଡ଼ିଶା ପୋଲିସର ଅର୍ଥନୈତିକ ଅବରୋଧ ଶାଖା ରାଞ୍ଚିରୁ ଦୁଇ ଠକଙ୍କୁ ଗିରଫ କରିଛି । ଏହି ଦୁଇ ଠକ ରାଜ୍ୟରେ କୋଟି କୋଟି ଟଙ୍କାର ଠକେଇ କରିଥିଲେ । ସୋମବାର ରାତିରେ ସ୍ଥାନୀୟ ପୋଲିସ ସହାୟତାରେ ସେମାନଙ୍କୁ ଗିରଫ କରାଯାଇଛି । ଏନେଇ ରାଞ୍ଚିର ଏସଏସପି ଚନ୍ଦନ କୁମାର ସିହ୍ନା ସୂଚନା ଦେଇଛନ୍ତି ।

ରାଞ୍ଚିର ପୁନ୍ଦାଙ୍ଗ ଥାନା ପ୍ରଭାରୀ ବିବେକ କୁମାର କହିଛନ୍ତି ଯେ, ଓଡ଼ିଶାରୁ ଆସିଥିବା ଇଓଡବ୍ଲୁ ଟିମ୍ ଓ ସ୍ଥାନୀୟ ପୋଲିସ ବିମଳ ଶ୍ୟାମ ବିହାର ଆପାର୍ଟମେଣ୍ଟରେ ରେଡ୍ କରି ଅମର ଡେନିଶ ଓ ପୀୟୁଷ କୁମାର ଓରଫ ନିଶାନ୍ତଙ୍କୁ ଗିରଫ କରିଛନ୍ତି । ଦୁଇ ଅଭିଯୁକ୍ତ ବିହାର ଭାଗଲପୁରର ମୂଳ ବାସିନ୍ଦା । ଓଡ଼ିଶାରେ ଠକେଇ କରି ଏମାନେ ରାଞ୍ଚିରେ ଲୁଚି ରହିଥିଲେ । ଏମାନଙ୍କ ବିରୁଦ୍ଧରେ ଓଡ଼ିଶା ଇଓଡବ୍ଲୁ ନିକଟରେ ମାମଲା ରୁଜୁ ହୋଇଥିଲା । ଦୁଇଜଣଙ୍କୁ କୋର୍ଟରେ ହାଜର ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେବ ପୋଲିସ । ଏହାପରେ ଏମାନଙ୍କୁ ଭୁବନେଶ୍ୱର ନିଆଯିବ ବୋଲି ରାଞ୍ଚି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Show More

Related Articles

Back to top button