Breaking PLUSଓଡ଼ିଶାମୁଖ୍ୟ ଖବର

ଉତ୍କଳ ଦିବସର ଶୁଭକାମନା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର- ରାଜ୍ୟବାସୀଙ୍କୁ ଉତ୍କଳ ଦିବସର ଶୁଭକାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ସମସ୍ତ ଭାଇ ଭଉଣୀ ତଥା ବିଶ୍ୱର କୋଣ ଅନୁକୋଣରେ ବସବାସ କରୁଥିବା ପ୍ରତ୍ୟେକ ଓଡ଼ିଆଙ୍କୁ ‘ଉତ୍କଳ ଦିବସ’ର ହାର୍ଦ୍ଦିକ ଶୁଭକାମନା । ଆଜିର ଅବସରରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମହାନ ସଂଗ୍ରାମୀଙ୍କୁ ପ୍ରଣାମ ଜଣାଉଛି । ଏହି ବିଶେଷ ଦିନ ଆମର ସଂସ୍କୃତି, ପରମ୍ପରା ଏବଂ ଐତିହ୍ୟକୁ ପାଳନ କରିବାର ମହାନ ଅବସର । ଆସନ୍ତୁ, ଆମେ ସମସ୍ତେ ଓଡ଼ିଶାର ଅସ୍ମିତା ଓ ସ୍ଵାଭିମାନକୁ ସୁରକ୍ଷିତ ରଖିବା ସହ ଆମ ସଂସ୍କୃତିକୁ ଆଗକୁ ନେବା ପାଇଁ ସଂକଳ୍ପ ନେବା ଏବଂ ବିକଶିତ ଓଡ଼ିଶା ଗଠନ ପାଇଁ ସାମୂହିକ ଉଦ୍ୟମ କରିବା ପାଇଁ ଶପଥ ନେବା । ବନ୍ଦେ ଉତ୍କଳ ଜନନୀ ।

Show More

Related Articles

Back to top button