Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ଶ୍ରୀଜୀଉଙ୍କ ଖସାପଡା ନୀତି, 4ଘଣ୍ଟା ବନ୍ଦ ରହିବ ଦର୍ଶନ

ଭୁବନେଶ୍ୱର/ପୁରୀ- ଆଜି ଶ୍ରୀଜିଉଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ । ଏଥିଲାଗି ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ପରମ୍ପରା ଅନୁସାରେ ଦ୍ବିତୀୟ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ଭିତରୁ ଜୟ ବିଜୟ ଦ୍ବାର ବନ୍ଦ ହେବ । ଦଇତାପତି ଭିତରେ ପ୍ରବେଶ କରି ରତ୍ନ ସିଂହାସନ ଉପରକୁ ଯିବେ । ଏବଂ ବଳଭଦ୍ର , ଶ୍ରୀ ଜଗନ୍ନାଥ, ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗରେ ଖସାପଡା ଲାଗି କରିବେ। ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କୁ ମହାସ୍ନାନ ଓ ବେଶ କରାଯିବ । ପରେ ଆଳତି , ସନ୍ଧ୍ୟା ଧୂପ , ଚନ୍ଦନ ଲାଗି , ବଡ ସିଂହାର ବେଶ , ବଡ ସିଂହାର ଭୋଗ , ରାତ୍ର ପହୁଡ ହେବ।

Show More

Related Articles

Back to top button