Breaking PLUSଓଡ଼ିଶାମୁଖ୍ୟ ଖବର

କାଲିଠୁ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ବର: ରାଜ୍ୟକୁ ମାଡି ଆସୁଛି ଗ୍ରୀଷ୍ମ ପ୍ରବାହ। ଦିନ ତାପମାତ୍ରା ବଢିବା ସହ ରାତି ତାପମାତ୍ରା ସ୍ବାଭାବିକରୁ ଅଧିକ ରହିବ । ଫଳରେ ଦିନରେ ଅତ୍ୟଧିକ ଗରମ ସହ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି।ଏପ୍ରିଲ ୨ରୁ ୬ ତାରିଖ ମଧ୍ୟରେ ଦିନ ତାପମାତ୍ରା ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବାକୁ ଥିବାବେଳେ ରାତି ତାପମାତ୍ରା ସ୍ବାଭାବିକ ଠାରୁ ୫ ଡିଗ୍ରୀ ଅଧିକ ରହିବା ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରାଯାଇଛି। ଶନିବାର ଏବଂ ରବିବାର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ମାଲକାନଗିରି। ଏଠାରେ ସର୍ବାଧିକ ତାପମାତ୍ରା ୩୯.୭ ଡିଗ୍ରୀ ରେକର୍ଡ ହୋଇଛି। ଏପ୍ରିଲ ୨ରୁ ୬ ତାରିଖ ପର୍ଯ୍ୟନ୍ତ କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ସୁବର୍ଣ୍ଣପୁର , ମାଲକାନଗିରି , ନୟାଗଡ, କନ୍ଧମାଳ , ଖୋର୍ଦ୍ଧା, ନବରଙ୍ଗପୁର ଆଦି ଜିଲାରେ ରାତି ତାପମାତ୍ରା ବଢିବାର ସମ୍ଭାବନା ଥିବାରୁ ଏସବୁ ଜିଲ୍ଲା ଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

Show More

Related Articles

Back to top button