Breaking PLUSଓଡ଼ିଶାମୁଖ୍ୟ ଖବର

ଲୋକସଭା ପ୍ରାର୍ଥୀ ଘୋଷଣା ପରେ ମହାପ୍ରଭୁଙ୍କ ଆଶୀର୍ବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, 25 ମାର୍ଚ୍ଚ – ଲୋକସଭା ପ୍ରାର୍ଥୀ ଘୋଷଣା ପରେ ସପରିବାର ପୁରୀ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆମର ସାମାଜିକ ଓ ସାଂସ୍କୃତିକ ଅସ୍ମିତାର ଅବିଚ୍ଛେଦ୍ୟ ଅଙ୍ଗ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସବୁବେଳେ ଆମ ଉପରେ ରହିଆସିଛି । ମା’ ସମଲେଇଙ୍କ ପବିତ୍ର ଭୂମି ସମ୍ବଲପୁରରୁ ଲୋକସଭାର ପ୍ରାର୍ଥୀ ହେବା ପରେ ପ୍ରଥମେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେବା ମୋ ପାଇଁ ଅତ୍ୟନ୍ତ ସୌଭାଗ୍ୟର ବିଷୟ । ମହାପ୍ରଭୁଙ୍କ ଆଶୀର୍ବାଦ ମୋତେ ଜନସେବା କରିବା ପାଇଁ ଆହୁରି ଶକ୍ତି ପ୍ରଦାନ କରିବ ବୋଲି ମୋର ବିଶ୍ୱାସ । ନିଜର ଦକ୍ଷତା ଓ ସାମର୍ଥ୍ୟକୁ ସମ୍ପୂର୍ଣ୍ଣ ରୂପେ ଲୋକଙ୍କ ସେବାରେ ଉପଯୋଗ କରିବା ପାଇଁ ମୁଁ ସବୁବେଳେ ଆଗଭର ରହିବି ।

Show More

Related Articles

Back to top button