ଓଡ଼ିଶାଦେଶସ୍ୱତନ୍ତ୍ର

ଆଜି ଲିଙ୍ଗରାଜ ଦର୍ଶନ କରିବେ କେନ୍ଦ୍ର ଗୃହମନ୍ତ୍ରୀ

ଆଜି ଲିଙ୍ଗରାଜ ଦର୍ଶନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଶ୍ରାବଣ ମାସର ଶେଷ ସୋମବାରରେ ଲିଙ୍ଗରାଜ ମନ୍ଦିରକୁ ଯାଇ ଦର୍ଶନ କରିବା ପରେ କଟକର ଓଡ଼ିଆ ବଜାର ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କଟକ ଇନଡ଼ୋର୍‌ ଷ୍ଟାଡ଼ିୟମରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ ।

ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ପ୍ରମୁଖ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବେ । ପରବର୍ତ୍ତୀ ପର୍ଯ୍ୟାୟରେ ଭୁବନେଶ୍ୱରରେ ମୋଦି @ 20 : ଡ୍ରିମ୍ସ ମିଟ୍‌ ଡେଲିଭରି ପୁସ୍ତକର ପଠନ କାର୍ଯ୍ୟକ୍ରମରେ ଯୋଗଦେବେ ।

ସୂଚନା ଯୋଗ୍ୟ,ରବିବାର ବିଳମ୍ବିତ ରାତ୍ରୀରେ ନୂଆଦିଲ୍ଲୀରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ରବିବାର ବିଳମ୍ବିତ ରାତ୍ରୀରେ  ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବାପରେ ପ୍ରଶଂସକମାନେ ହାତରେ ତ୍ରିରଙ୍ଗା ଧରିବା ସହ, ପାରମ୍ପରିକ ପୋଷାକ, ଲୋକକଳା, ଗୀତ ନୃତ୍ୟ ସହ ବାଦ୍ୟ ଯନ୍ତ୍ର ବଜାଇ ତାଙ୍କୁ ସ୍ୱାଗତ ଜଣାଇଥିଲେ ।

 

Show More

Related Articles

Back to top button