Breaking PLUSଅପରାଧଆଇନ କାନୁନମୁଖ୍ୟ ଖବରସେଲିବ୍ରିଟି

ଠକାମିର ଶିକାର ହେଲେ ଓଲିଉଡ଼ ଅଭିନେତ୍ରୀ ବିଦୁସ୍ମିତା

ଭୁବନେଶ୍ୱର: ଠକାମିର ଶିକାର ହୋଇଛନ୍ତି ଓଲିଉଡ଼ ଅଭିନେତ୍ରୀ ବିଦୁସ୍ମିତା ମହାନ୍ତି । ଜମି କିଣାଇବାକୁ କହି ଜଣେ ବିଲ୍ଡର ଓଲିଉଡ୍ ଅଭିନେତ୍ରୀଙ୍କଠାରୁ ଟଙ୍କା ଠକି ନେଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ଅଭିନେତ୍ରୀ ବିଦୁସ୍ମିତା ମହାନ୍ତି। ସୂଚନାନୁସାରେ, ବିଦୁସ୍ମିତା ୨୦୧୯ରେ ଜମି କିଣିବା ପାଇଁ ରିୟଲ ଡେଭଲପର୍ସ ଆଣ୍ଡ କନଷ୍ଟ୍ରକସନ୍ ଲିମିଟେଡ୍ ନାମକ ଏକ ସଂସ୍ଥା ସହ ଯୋଗାଯୋଗ କରିଥିଲେ। ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଅରୁଣଜ୍ୟୋତି ପଟ୍ଟନାୟକ ତାଙ୍କୁ କଳିଙ୍ଗ ବିହାରରେ ଏକ ଜମି ଦେବେ ବୋଲି କହିଥିଲେ। ଚୁକ୍ତି ମୁତାବକ ଜମି କିଣିବା ପୂର୍ବରୁ ଅଗ୍ରୀମ ୧୫ଲକ୍ଷ ଟଙ୍କା ଏବଂ ପଂଜୀକରଣ କରିବା ପରେ ବକେୟା ଟଙ୍କା ବିଦୁସ୍ମିତା ସଂସ୍ଥାକୁ ଦେବେ ବୋଲି ନିଷ୍ପତ୍ତି ହୋଇଥିଲା। ତଦନୁଯାୟୀ ବିଦୁସ୍ମିତା ସଂସ୍ଥାକୁ ୧୫ଲକ୍ଷ ଟଙ୍କା ଦେଇଥିଲେ। ଟଙ୍କା ଦେବାର ୨ମାସ ଭିତରେ ତାଙ୍କର ପଂଜୀକରଣ କରାଯିବ ବୋଲି ଅରୁଣ କହିଥିଲେ । ମାତ୍ର ୨ମାସ ଯାଇ ୨ବର୍ଷ ବିତିଥିଲେ ସୁଦ୍ଧା ଅରୁଣ ଜମି ପଞ୍ଜୀକରଣ କରି ନଥିଲେ କି ବିଦୁସ୍ମିତାକୁ ଟଙ୍କା ଫେରାଇ ନଥିଲେ । ସଂସ୍ଥା କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଫୋନ୍ କରିଥିଲେ ବି ସେମାନେ ଆଜିକାଲି କହି ଦିନ ଗଡ଼ାଇ ଚାଲିଥିଲେ । ତେଣୁ ବାଧ୍ୟ ହୋଇ ବିଦୁସ୍ମିତା ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ତାଙ୍କ ଅଭିଯୋଗକୁ କେନ୍ଦ୍ର କରି ଖଣ୍ଡଗିରି ଥାନା ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Show More

Related Articles

Back to top button