Breaking PLUSଓଡ଼ିଶାମୁଖ୍ୟ ଖବର

କୁହୁଡି ଘେରରେ ମୟୂରଭଞ୍ଜ

ଜନଜୀବନ ପ୍ରଭାବିତ

ଶୀତ ସାଙ୍ଗକୁ ମଝିରେ ମଝିରେ ଲଘୁଚାପ ବର୍ଷା କାରଣରୁ ପାଗ ଏବେ କୋହୋଲା । ଏପରିକି ଶୀତୁଆ ସକାଳରେ କୁହୁଡିର ଘେରରେ ରହିଛି ମୟୁରଭଞ୍ଜ ଜିଲ୍ଲା। ଘନ କୁହୁଡି ପାଇଁ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ । ବାରିପଦା ସହରର ରବିବାର ସକାଳ ୯ଟା ଯାଏଁ କୁହୁଡିର ପ୍ରଭାବ କମୁନି । ଲୋକମାନେ ନାହିଁ ନଥିବା ଅସୁବିଧର ସମ୍ମୁଖୀନ ହେଉଛନ୍ତି । କୁହୁଡିଆ ପାଗକୁ ନଜର କରି ଅନେକ ଘରୁ ବାହାରକୁ ଆସିବାକୁ ଇଚ୍ଛା କରୁ ନାହାଁନ୍ତି ।

ବିଶେଷ କରି ଯାନବାହନ ଚଳାଚଳ, ଗମନାଗମନ ସମୟରେ ଲୋକେ ଅଧିକ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି । ପାଣିପାଗ ବିଭାଗର ପୂର୍ବାନୁମାନ ହିସାବରେ, ଜାନୁଆରୀ ୨୩ରେ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ହେବ । ଫଳରେ ମେଘୁଆ ପାଗ ସହ କୁହୁଡିର ଚାଦରରେ ଢାଙ୍କି ହୋଇଛି ମୟୂରଭଞ୍ଜ ଜିଲ୍ଲା । ଯାହାକୁ ନେଇ ଲୋକମାନେ ଚିନ୍ତାରେ ପଡିଛନ୍ତି ।

Show More

Related Articles

Back to top button