Breaking PLUSଓଡ଼ିଶାବ୍ୟକ୍ତିତ୍ୱମୁଖ୍ୟ ଖବରସ୍ୱତନ୍ତ୍ର

ଆଜି ବୀର ସୁରେନ୍ଦ୍ର ସାଏଙ୍କ ୨୧୩ତମ ଜୟନ୍ତୀ

ଭାରତୀୟ ମୁକ୍ତି ସଂଗ୍ରାମର ଥିଲେ ଅନ୍ୟତମ ମହାନାୟକ

୩ ଜାନୁଆରୀ ୧୮୦୯ ଭାରତ ଇତିହାସର ଏକ ପ୍ରମୁଖ ଦିବସ । ଏହି ଦିନ ଭାରତୀୟ ମୁକ୍ତି ସଂଗ୍ରାମର ଅନ୍ୟତମ ମହାନାୟକ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ । ସମ୍ବଲପୁର ଜିଲ୍ଲାର ବୀର ମାଟି ଖିଣ୍ଡାରେ ତାଙ୍କର ଜନ୍ମ ।

ଆଜି ସ୍ବାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୩ ତମ ଜନ୍ମଜୟନ୍ତୀ | ଆଜିର ଦିନରେ ୧୮୦୯ ମସିହାରେ ସମ୍ବଲପୁର ଜିଲ୍ଲାର ଖିଣ୍ଡା ଗ୍ରାମର ଜନ୍ମଗ୍ରହଣ କରିଥିଲେ ବୀରପୁତ୍ର ବୀର ସୁରେନ୍ଦ୍ର ସାଏ | ସୁରେନ୍ଦ୍ର ସାଏ ୨୮ ଫେବୃଆରୀ ୧୮୮୪ ମସିହାରେ ମଧ୍ୟପ୍ରଦେଶର ଆସିରଗଡ ଜେଲରେ ବନ୍ଦୀ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ | ତେବେ ଇଂରେଜମାନଙ୍କ ବିରୁଦ୍ଧରେ ତାଙ୍କର ବିରୁତାକୁ ଆଜିବି ସାରା ଦେଶ ମନେ ପକାଉଛି | ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କର ଜନ୍ମଜୟନ୍ତୀ ପାଳନ କରାଯାଉଛି | ତେବେ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ଯାର୍ପଣ କରାଯିବା ସହ ଜୟନ୍ତ୍ରୀ ପାଳନ କରାଯାଉଛି |

Show More

Related Articles

Back to top button