Breaking PLUSଦେଶମୁଖ୍ୟ ଖବର

ନୂଆଦିଲ୍ଲୀରେ ଅନିୟନ୍ତ୍ରିତ ପ୍ରଦୂଷଣ: ୭ ଦିନ ପାଇଁ ବନ୍ଦ ରହିବ ସ୍କୁଲ, କର୍ମଚାରୀ ମାନଙ୍କ ଲାଗି ୱାର୍କ ଫ୍ରମ୍ ହୋମ୍

ଅଣନିଶ୍ୱାସୀ ହୋଇପଡିଲାଣି ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ । ପ୍ରଦୂଷଣର ମାତ୍ରା ଏତେ ବଢ଼ିଛି ଯେ ଲୋକେ ଘରୁ ବାହାରକୁ ଯିବା ପୂର୍ବରୁ ଅନେକ ଚିନ୍ତା କରୁଛନ୍ତି । ଦିଲ୍ଲୀ ସରକାର ୭ ଦିନ ପାଇଁ ସ୍କୁଲ ଗୁଡ଼ିକ ବନ୍ଦ କରି‌ ଦେଇଛନ୍ତି । ଏହି ସମୟ ମଧ୍ୟରେ ଅନ୍‌ଲାଇନ୍‌ କ୍ଲାସ ଜାରି ରହିବ । ସେହିପରି କର୍ମଚାରୀମାନଙ୍କୁ ସରକାର ଘରୁ ଥାଇ କାମ କରିବାକୁ ଅନୁମତି ଦେଇଥିବା ବ‌େଳେ ନିର୍ମାଣ କାମ ଚଳିତ ମାସ ୧୪ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ।

ସୁପ୍ରିମକୋର୍ଟଙ୍କ ଆଦେଶ ପରେ କେନ୍ଦ୍ର ସରକାର ଆଜି ପ୍ରଦୂଷଣ ନେଇ ଜରୁରୀକାଳୀନ ବୈଠକ ଡାକିଛନ୍ତି ।ସୁପ୍ରିମକୋର୍ଟ ସୋମବାର ଏହି ମାମଲାରେ ଶୁଣାଣି କରି କହିଥିଲେ ଯେ, ପ୍ରଦୂଷଣର କାରଣ ହେଲା ନିର୍ମାଣ, ଶିଳ୍ପ, ପରିବହନ, ଶକ୍ତି ଓ ମାତ୍ରାଧିକ ଯାନବାହନ ଚଳାଚଳ କରିବା । ଏଥି ସହିତ ସର୍ବୋଚ୍ଚ ଅଦାଲତ କହିଥିଲେ ଯେ, ସରକାର ଅନାବଶ୍ୟକ ଗତିବିଧି ଉପରେ ନିୟନ୍ତ୍ରଣ ଆଣନ୍ତୁ । ସରକାର ଜରୁରୀକାଳୀନ ବୈଠକ ଡାକି ଏହି ପ୍ରସଙ୍ଗ ଉପରେ ଆଲୋଚନା କରନ୍ତୁ । ବାୟୂ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ।

Show More

Related Articles

Back to top button