Breaking PLUSଦେଶମୁଖ୍ୟ ଖବର

ଆଜି କାର୍ତ୍ତିକ ମାସରେ ଦ୍ୱିତୀୟ ଥର ନଗର ଭ୍ରମଣ କରିବେ ଭଗବାନ ମହାକାଳ

ଉଜ୍ଜୟିନୀ, 27 ନଭେମ୍ବର – ବିଶ୍ୱ ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ମହାକଳଙ୍କର ପାଲିଙ୍କି କାର୍ତ୍ତିକ ମାସରେ ଦ୍ୱିତୀୟ ଥର ପାଇଁ ନଗର ଭ୍ରମଣ କରିବ । ଏହି କ୍ରମରେ ଆଜି ସନ୍ଧ୍ୟାରେ ମହାକାଳଙ୍କ ପାଲିଙ୍କି ବେଶ୍ ଧୁମଧାମରେ ବାହାରିବ । ଅବନ୍ତିକା ନାଥ ଚାନ୍ଦିରେ ପାଲିଙ୍କିରେ ବସି ନଗର ପରିଭ୍ରମଣ କରିବେ ଏବଂ ନିଜ ପ୍ରଜାଙ୍କ ଭଲମନ୍ଦ ବୁଝିବେ । ଏହି ଅବସରରେ ମହାକାଳଙ୍କ ଦୁଇଟି ସ୍ୱରୂପକୁ ଭକ୍ତମାନେ ଦର୍ଶନ କରିବେ । ଭଗବାନ ମହାକାଳଙ୍କ ପାଲିଙ୍କି ଯାତ୍ରାରେ ଲକ୍ଷାଧିକ ଭକ୍ତ ସାମିଲ ହେବେ ।
ମହାକାଳ ମନ୍ଦିର ପ୍ରବନ୍ଧ ସମିତିର ପ୍ରଶାସକଙ୍କ ସୂଚନା ମୁତାବକ, ମହାକାଳେଶ୍ୱର ମନ୍ଦିରର ସଭା ମଣ୍ଡପରେ ଅପରାହ୍ନ 3.30ରେ ଭଗବାନ ମହାକାଳଙ୍କର ବିଧିବିଧାନର ସହ ପୂଜା କରାଯିବ । ଏହାପରେ ଭଗବାନ ଚନ୍ଦ୍ରମୌଲେଶ୍ୱରଙ୍କୁ ରୂପା ପାଲିଙ୍କିରେ ବସା ଯାଇ ଅପରାହ୍ନ 4ଟାରେ ଭଗବାନ ନଗର ପରିଭ୍ରମଣ କରିବେ ।

Show More

Related Articles

Back to top button