Breaking PLUSଓଡ଼ିଶାମୁଖ୍ୟ ଖବର

ଧବଳେଶ୍ୱରଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, 27 ନଭେମ୍ବର – ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ବାବା ଧବଳେଶ୍ଵରଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମନ୍ଦିରରେ ପହଞ୍ଚିବା ପରେ କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ଥାନୀୟ କର୍ମକର୍ତ୍ତା ଏବଂ ମନ୍ଦିର କର୍ତ୍ତୃପକ୍ଷଙ୍କ ତରଫରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ମହାଦେବଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହ ରାଜ୍ୟ ତଥା ଦେଶର ମଙ୍ଗଳ କାମନା କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆମ ରାଜ୍ୟର ଏକ ପବିତ୍ର ପୀଠରେ ବାବା ଧବଳେଶ୍ଵରଙ୍କ ଦର୍ଶନ ମିଳିଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି । ପିଲା ଦିନରୁ ଏହି ରାସ୍ତା ଦେଇ ଯିବା ଆସିବା କରିବା ସତ୍ତ୍ୱେ ବାବାଙ୍କ ଦର୍ଶନ କରିପାରିନଥିଲି । ଆଜି ସେହି ସ୍ଵଭାଗ୍ୟ ମିଳିଛି । ପ୍ରଥମ ଥର ପାଇଁ ବାବା ଧବଳେଶ୍ଵରଙ୍କ ଦର୍ଶନ କରିଥିବା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ଏଠାକାର ନାଗରିକ, ପୂଜକ ଏବଂ ଗୁରୁଜନମାନଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରିଛନ୍ତି ଧର୍ମେନ୍ଦ୍ର । ପ୍ରଶାସନିକ ଅଧିକାରୀମାନଙ୍କୁ ସୁବ୍ୟବସ୍ଥାରେ ଦର୍ଶନ ପାଇଁ ଧନ୍ୟବାଦ ଦେଇଛନ୍ତି ମନ୍ତ୍ରୀ । ଆମ ଦେଶ ଭାରତ ଏବଂ ଆମ ରାଜ୍ୟ ଓଡ଼ିଶା ଉପରେ ବାବାଙ୍କର ଆଶୀର୍ବାଦ ରହୁ ବୋଲି କେନ୍ଦ୍ରମନ୍ତ୍ରୀ କାମନା କରିଛନ୍ତି। ପୀଠର ବିକାଶ ପାଇଁ ମଧ୍ୟ କାମନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ଏ ଧାମ ପ୍ରତି ଓଡ଼ିଆଙ୍କର ଯେତିକି ଆସ୍ଥା ଅଛି, ସେହି ତୁଳନାରେ ଏଠାରେ ବ୍ୟବସ୍ଥା କମ୍ ଅଛି । ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ । ଏହି ଅବସରରେ ବାବାଙ୍କ ପାଖରେ ସମର୍ପଣ ଦେଇଥିଲେ ମନ୍ତ୍ରୀ । ନିଜ କ୍ଷମତା ଏବଂ ଦାୟିତ୍ଵ ଭିତରେ ଯାହା ସମ୍ଭବ ହେବ, ଏହି ପୀଠ ଏବଂ ପୂଜକଙ୍କର ବିକାଶ, ଭକ୍ତ ମାନଙ୍କର ସୁବିଧା ପାଇଁ ଯାହା ଆବଶ୍ୟକତା କରିବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

Show More

Related Articles

Back to top button