Breaking PLUSଓଡ଼ିଶାମୁଖ୍ୟ ଖବରସ୍ୱାସ୍ଥ୍ୟ

ରାଜଧାନୀରେ ଆଉ ୨ ଓମିକ୍ରନ୍‌ ମାମଲା ଚିହ୍ନଟ

ସଂକ୍ରମଣ ସଂଖ୍ୟା ୨୪ କୁ ବୃଦ୍ଧି

ପୁଣି ସୋମବାର ଦିଲ୍ଲୀରେ କରୋନାର ଓମିକ୍ରନ୍ ଭାରିଆଣ୍ଟର ଦୁଇଟି ନୂଆ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ସଂକ୍ରମଣ ସଂଖ୍ୟା ୨୪ କୁ ବୃଦ୍ଧି ପାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀର ୧୨ ଜଣ ଓମିକ୍ରନ୍ ରୋଗୀ ସୁସ୍ଥ ହୋଇ ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇଥିବାବେଳେ ଅବଶିଷ୍ଟ ୧୨ ଜଣ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

ଦେଶରେ ଓମିକ୍ରନ୍ ମାମଲା ଏବେ ବଢିବାରେ ଲାଗିଛି । ସୋମବାର କର୍ଣ୍ଣାଟକରେ ପାଞ୍ଚ ଜଣ ନୂତନ ରୋଗୀ ଚିହ୍ନଟ ହେବା ସହ ଦିଲ୍ଲୀରେ ଦୁଇଜଣ ଚିହ୍ନଟ ହୋଇଛନ୍ତି ।

ସରକାରଙ୍କ ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ରରେ ସର୍ବାଧିକ ୫୪ ଓମିକ୍ରନ୍ ମାମଲା ପଞ୍ଜୀକୃତ ହୋଇଛି, ତା’ପରେ ଦିଲ୍ଲୀରେ ୨୪, ରାଜସ୍ଥାନ ୧୭ ଏବଂ କର୍ଣ୍ଣାଟକ ୧୯, ତେଲେଙ୍ଗାନା ୨୦, ଗୁଜୁରାଟ ୧୧, କେରଳ ୧୧, ଆନ୍ଧ୍ରପ୍ରଦେଶ ୧, ଚଣ୍ଡିଗଡ଼ ୧, ତାମିଲନାଡୁ ୧ ଏବଂ ପଶ୍ଚିମବଙ୍ଗରେ ଗୋଟିଏ ଓମିକ୍ରନ୍ ମାମଲା ରହିଛି ।

Show More

Related Articles

Back to top button