Breaking PLUSଅପରାଧଆଇନ କାନୁନଦେଶବଲିଉଡମୁଖ୍ୟ ଖବରସେଲିବ୍ରିଟି

ପାନାମା ପେପର୍ସ ଲିକ୍ ମାମଲା, ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କୁ ଇଡିର ସମନ

ବଢିଲା ବଚ୍ଚନ ପରିବାରର ଚିନ୍ତା

 ପାନାମା ପେପର୍ସ ଲିକ୍‌ ମାମଲାରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଇଡିର ସମନ୍‌ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ପଚରା ଉଚରା ଲାଗି ସମନ ପଠାଇଛି । ଯାହାକୁ ନେଇ ବଚ୍ଚନ ପରିବାରର ଚିନ୍ତା ବଢ଼ି ଯାଇଛି ।

ଏହି ସମନର ଉତ୍ତର ଦେବା ପାଇଁ ଆଜି ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଦିଲ୍ଲୀ ଇଡି ଅଫିସରେ ହାଜର ହେବାରଥିଲା । କିନ୍ତୁ ସେ ଆଜି ଇଡିରେ ହାଜର ହେବାକୁ ମନା କରିଦେଇଛନ୍ତି । ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି । ତେବେ ଖୁବ୍‌ଶୀଘ୍ର ଇଡି, ଐଶ୍ୱର୍ଯ୍ୟାଙ୍କୁ ପୁଣି ଆଉ ଏକ ନୂଆ ସମନ ପଠାଇବ ବୋଲି ସୂଚନା ଦେଇଛି ।

ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ପୂର୍ବରୁ ମଧ୍ୟ ଦୁଇଥର ଡକାଯାଇଥିଲା । ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଇଡି ଚଳିତ ବର୍ଷ ନଭେମ୍ବର ୯ରେ ଧାରା ୩୭ ଫେମା ଜରିଆରେ ସମନ କରିଥିଲା । ଏହି ସମନକୁ ମୁମ୍ବାଇ ସ୍ଥିତ ବଚ୍ଚନ ପରିବାରର ଘର `ପ୍ରତୀକ୍ଷା’କୁ ପଠାଇଥିଲା ଇଡି। ୧୫ ଦିନ ଭିତରେ ଏହି ସମନର ଜବାବ ଦେବାକୁ ମଧ୍ୟ କୁହାଯାଇଥିଲା। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଇମେଲ ମାଧ୍ୟମରେ ଏହି ସମନର ଉତ୍ତର ଦେଇଥିବା ନେଇ ସୂଚନା ମିଳିଛି ।

ଉଲ୍ଲେଖ ଯୋଗ୍ୟ ଯେ, ପାନାମା ପେପର୍ସ ଲିକ୍ ମାମଲାରେ ଏକ କମ୍ପାନୀର ଆଇନଗତ ଡକ୍ୟୁମେଣ୍ଟ୍ (ମୋସାକ୍ ଫୋନ୍ସେକା) ଲିକ୍ ହୋଇଥିଲା । ଏହି ଲିକ୍‌ ଘଟଣା ପରେ ୪୨୪ ଜଣ ଭାରତୀୟଙ୍କ ବିଦେଶୀ ବ୍ୟାଙ୍କରେ ଆକାଉଣ୍ଟ ଥିବା କଥା ସାମ୍ନାକୁ ଆସିଥିଲା । ଏଥିରେ କିଛି ରାଜନେତାଙ୍କ ସମେତ ବଡ ବଡ ଫିଲ୍ମ ଷ୍ଟାରଙ୍କ ନାଁ ମଧ୍ୟ ସାମିଲ ଥିଲା । ଐଶ୍ୱର୍ଯ୍ୟାଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ଅଜୟ ଦେବଗନଙ୍କ ନାମ ମଧ୍ୟ ଏଥିରେ ସାମିଲ ଥିବା ନେଇ ଖୁଲାସା ହୋଇଥିଲା । ଏପରିକି ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ଏହା ପରେ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଏକ ମଲ୍ଟି ଏଜେନ୍ସି ଗ୍ରୁପ୍ (MAG) ଗଠନ କରିଥିଲେ।

Show More

Related Articles

Back to top button