ଓଡ଼ିଶା

ଏଣିକି ଭୋଟର କାର୍ଡ ସହ ଯୋଡିହେବ ଆଧର କାର୍ଡ

ନିର୍ବାଚନ ଆଇନ ସଂଶୋଧନ ବିଲ୍ ଲୋକସଭାରେ ପାସ୍

ଏଣିକି ଭୋଟର କାର୍ଡ ସହ ଯୋଡିହେବ ଆଧର କାର୍ଡ । ସୋମବାର ଲୋକସଭାରେ ପାରିତ ହୋଇଛି ନିର୍ବାଚନ ଆଇନ ସଂଶୋଧନ ବିଲ୍ । ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ ଦ୍ୱାରା ଉପସ୍ଥାପିତ ଆଧାରକାର୍ଡ ସହିତ ଭୋଟର ଆଇଡି ସଂଯୋଗୀକରଣ ବିଲ ଲୋକସଭାରେ ପାରିତ ହୋଇଛି । ଏଣିକି ଆଧରକାର୍ଡ ସହିତ ଭୋଟର ଆଇଡି କୁ ଲିଙ୍କ୍ କରାଯିବ ।

ହେଲେ ଏହି ସଂଯୋଗୀକରଣ ପକ୍ରିୟାକୁ ଆଇଆଇଏମ୍ , ବିପିଏସ୍ ଏବଂ ଅନ୍ୟ ବିରୋଧୀ ଦଳ ଏହି ବିଲକୁ ବିରୋଧ କରିଥିଲେ । ବିରୋଧୀଙ୍କ ବିରୋଧ ସତ୍ୱେ ମଧ୍ୟ ଭୋଟର କାର୍ଡ ସହିତ ଆଧାର କାର୍ଡ ଲିଙ୍କ ଲୋକସଭାରେ ପାରିତ ହୋଇଯାଇଛି ।

କିନ୍ତୁ ବିରୋଧୀ ଦଳ ଦାବି କରିଛନ୍ତି ଏଥିରେ ନାଗରିକ ମାନଙ୍କର ସାମ୍ବିଧାନିକ ଅଧିକାର ଉଲ୍ଲଙ୍ଘନ ହେବ । ଏହି ବିଲର ପରିବର୍ତ୍ତନ କରାଯାଉ ବୋଲି କହିଛନ୍ତି ବିରୋଧି ।

Show More

Related Articles

Back to top button