ମୁଖ୍ୟ ଖବର

ନୋବେଲ ଶାନ୍ତି ପୁରସ୍କାର ପାଇବେ ୨ ସାମ୍ବାଦିକ

୨୦୨୧ ନୋବେଲ ଶାନ୍ତି ପୁରସ୍କାର ପାଇବେ ଦୁଇ ଜଣ ସାମ୍ବାଦିକ । ଆମେରିକୀୟ ସାମ୍ବାଦିକ ମାରିଆ ରେସା ଓ ଋଷିଆର ସାମ୍ବାଦିକ ଦିମିତ୍ରି ମୁରାତୋଭଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଘୋଷଣା କରାଯାଇଛି । ବିଶ୍ୱ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ, ବାକ୍ ସ୍ୱାଧିନତା ପାଇଁ କାର୍ଯ୍ୟ କରିଥିବାରୁ ଏହି ସବୋର୍ଚ୍ଚ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯିବ ।

ଦକ୍ଷିଣ ପୂର୍ବ ଏସିଆରେ ଦୀର୍ଘ ଦୁଇ ଦଶଦ୍ଧି ଧରି ଇନଭେଷ୍ଟିକେଟିଭ୍ ରିପୋର୍ଟର ଭାବେ କାମ କରିଥିଲେ ମାରିଆ । ଏହି ସମୟରେ ମାନବାଧିକାର, ପ୍ରେସ୍ ଫ୍ରିଡମ୍ କ୍ଷେତ୍ରରେ ବି ତାଙ୍କ ଅତୁଳନୀୟ ଅବଦାନକୁ ଦେଖିଛନ୍ତି ସାରା ବିଶ୍ୱ । ସେହିପରି ଋ଼ଷର ସୁନାମଧନ୍ୟ ଖବରକାଗଜ ନୋଭାଜା ଗେଜେଟାର ମୁଖ୍ୟ ସମ୍ବାଦକ ହେଉଛନ୍ତି ଦିମିତ୍ରି ମୁରାତୋଭ । ସରକାରଙ୍କ ଦୂର୍ନୀତିର ମୁଖା ଖୋଲିବା ଓ ମାନବାଧିକାର ଉଲ୍ଲଘଂନ ଘଟଣାକୁ ସାମ୍ନାକୁ ଆଣିବା କ୍ଷେତ୍ରରେ ଖବର ପ୍ରକାଶ କରି ଚର୍ଚ୍ଚାକୁ ଆସିଥିଲେ ଦିମିତ୍ରି ।

Show More

Related Articles

Back to top button