Breaking PLUSଓଡ଼ିଶାମୁଖ୍ୟ ଖବର

ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ହେଉଛି ଏକ ଦୁର୍ଘଟଣା

ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା ଉପରୁ ହଟିଲା ପରଦା । ଏହି ମାମଲାରେ ଶେଷ ହୋଇଛି କ୍ରାଇମବ୍ରାଞ୍ଚ ତଦନ୍ତ । ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ତେବେ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ସୂଚନା ମୁତାବକ, ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ହତ୍ୟା ବୋଲି କହିହେବ ନାହିଁ । ଏହା ହେଉଛି ଏକ ଦୁର୍ଘଟଣା । ତେବେ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଗ୍ରାଉଣ୍ଡ ଜିରୋକୁ ଯାଇ ତଦନ୍ତ କରିଥିଲା । ତିନି ସନ୍ଦିଗ୍ଧମାନଙ୍କର ଲାଏ ଡିଟେକ୍ସନ ଟେଷ୍ଟ ମଧ୍ୟ ହୋଇଥିଲା । ଏହି ଟେଷ୍ଟ ପରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ କ୍ଲିନ୍ ଚିଟ୍ ମିଳିଛି । ସେହିପରି ଅନ୍ୟ ଅଭିଯୁକ୍ତ ମନ୍ମଥ କୁମ୍ଭଙ୍କୁ ମଧ୍ୟ ନିର୍ଦ୍ଦୋଷ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ।

ଏହାରି ଭିତରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ସୂଚନାନୁଯାୟୀ, ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ କିନ୍ତୁ ନିଜ ସ୍ୱାମୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିନଥିଲେ କି ସଠିକ୍ ପରିମାଣରେ ତାଙ୍କ ଉପରେ ପାଣି ଢାଳିନଥିଲେ ବୋଲି ତଦନ୍ତ ପରେ ଜଣାପଡିଛି । ତେଣୁ ନିଜ ସ୍ୱାମୀଙ୍କୁ ଜାଣିଶୁଣି ସେ ପୋଡି ହେଉଥିବାର ଦେଖିଥିଲେ । ଏହି କାରଣରୁ ତାଙ୍କ ବିରୋଧରେ ଆଇପିସିର ଧାରା ୨୮୫,୩୦୪ (ଏ) ରୁଜୁ କରାଯାଇଛି ।

ସୂଚନାଯୋଗ୍ୟ ଯେ, ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଦେହରେ ନିଆଁଲାଗିବା ଦ୍ୱାରା ସେ ପ୍ରାଣ ହରାଇଥିଲେ । ସେତେବେଳେ ଏହି ଘଟଣାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ମନ୍ମଥ କୁମ୍ଭଙ୍କ ଉପରକୁ ଅଙ୍ଗୁଳି ଉଠିଥିଲା । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ମଧ୍ୟ ଆଗକୁ ବଢିଥିଲା । ତେବେ ସମସ୍ତ ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ ଏହି ମାମଲାରେ ଡିଏଫଓଙ୍କୁ କ୍ଲିନ୍ ଚିଟ୍ ମିଳିବା ସହ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ବିରୋଧରେ ଦଫା ଲଗାଇଛି କ୍ରାଇମବ୍ରାଞ୍ଚ ।

 

Show More

Related Articles

Back to top button