ଓଡ଼ିଶାମୁଖ୍ୟ ଖବର

ଡିଏଫଓଙ୍କୁ କ୍ରାଇମବ୍ରାଞ୍ଚର କ୍ଲିନଚିଟ୍

ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାର ଶେଷ ହୋଇଛି ତଦନ୍ତ । ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏକ ହତ୍ୟା ନୁହେଁ ବରଂ ଏହା ଏକ ଦୁର୍ଘଟଣା ବୋଲି ସ୍ପଷ୍ଟ କରିଛି କ୍ରାଇମବ୍ରାଞ୍ଚ । ଏଥିସହ ଡିଏଫଓଙ୍କୁ କ୍ଲିନଚିଟ୍ ଦେଲା କ୍ରାଇମବ୍ରାଞ୍ଚ । ଡିଏଫଓଙ୍କ ସହ ବିଦ୍ୟାଭାରତୀଙ୍କ କୌଣସି ସମ୍ପର୍କ ନାହିଁ । ସୌମ୍ୟଙ୍କ ପୋଡି ହେବା ଘଟଣାରେ ବି ତାଙ୍କର ସମ୍ପୃକ୍ତି ଥିବା ପ୍ରମାଣ ମିଳିନି । ପୂର୍ବରୁ ସୌମ୍ୟଙ୍କ ମୃତ୍ୟୁ ମାମଲାରେ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ ବେହେରାଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହେଉଥିଲା । ହେଲେ କ୍ରାଇମବ୍ରାଞ୍ଚ ଡିଏଫଓଙ୍କୁ ଶେଷରେ କ୍ଲିନଚିଟ୍ ଦେଇଛି । ପୂର୍ବରୁ ତାଙ୍କୁ ଗଜପତି ଏସପି କ୍ଲିନଚିଟ୍ ଦେଇଥିଲେ ।

 

Show More

Related Articles

Back to top button