ଓଡ଼ିଶାସେଲିବ୍ରିଟିସ୍ୱତନ୍ତ୍ର

ଅଭିନେତ୍ରୀ ନିଲମଙ୍କ ଦ୍ୱାରା ଉନ୍ମୋଚନ ହେଲା ତୁସୀ ମୋଟର୍ସର ନୂତନ ନେକ୍ସା ସୋରୁମ୍

ରାଜଧାନୀବାସୀଙ୍କ ପାଇଁ ଖୁସି ଖବର । ରାଜଧାନୀରେ ଖୋଲିଲା ମାରୁତି ସୁଜୁକି ନେକ୍ସାର ଏକ ନୂତନ ସୋରୁମ୍ । ତୁସୀ ମୋଟର୍ସ ପକ୍ଷରୁ ଏହି ସୋରୁମର ଉଦ୍ଘାଟନ କରାଯାଇଛି । ଏହାକୁ ଉଦଘାଟନ କରିଛନ୍ତି ବଲିଉଡ୍ ଅଭିନେତ୍ରୀ ତଥା ପ୍ରକ୍ଷାତ ଅଲଙ୍କାର ଡିଜାଇନର ନିଲମ କୋଠାରୀ । ତୁସୀ ମୋଟର୍ସର ଉଦ୍ଘାଟନୀ ଉତ୍ସବରେ ବଲିଉଡ ଅଭିନେତ୍ରୀ ନୀଲମ କୋଠାରୀ, ମାରୁତୀ ସୁଜୁକିର ସାଉଥ ଇଷ୍ଟନ୍ ମୁଖ୍ୟ ଆସିଶ ଜେନ୍, ତୁସୀ ମୋଟର୍ସ ଡାଇରେକ୍ଟର ଅଂଶୁମାନ  ପଟ୍ଟନାୟକ, ଏମଡି ପ୍ରିତୀ ପଲ୍ଲବୀ ପଟ୍ଟନାୟକ ତଥା ତୁସୀ ମୋଟର୍ସର ଅନେକ ସନ୍ତୁଷ୍ଟ ଗ୍ରାହକ ଉପସ୍ଥିତ ଥିଲେ।

ସୋରୁମର ଉଦ୍ଘାଟନୀ ଉତ୍ସବରରେ ଅଭିନେତ୍ରୀ ନିଲମ୍ କୋଠାରୀଙ୍କ ଦ୍ୱାରା ତୁସୀ ମୋଟର୍ସର ପ୍ରାୟ ୫୦ରୁ ଉର୍ଦ୍ଧ ସନ୍ତୁଷ୍ଟ ଗ୍ରାହକଙ୍କୁ ଗାଡି ଚାବି ସହ ଗାଡିର ଗୁରୁତ୍ୱପୂର୍ଣ୍ଣ କାଗଜ ହସ୍ତାନ୍ତର କରାଯାଇଛି । ଏହା ବୋଧହୁଏ ପ୍ରଥମ ଥର ପାଇଁ ହୋଇଥିବା ଯେଉଁଠାରେ ସୋରୁମର ଉଦ୍ଘାଟନୀ ଉତ୍ସବରେ ଏତେ ସଂଖ୍ୟାରେ ଗ୍ରାହକଙ୍କୁ ଗାଡି ଚାବି ଓ କାଗଜ ପତ୍ର ହସ୍ତାନ୍ତର କରାଯାଇଥିବ । ଏହା ତୁସୀ ମୋଟର୍ସର ଲୋକପ୍ରିୟତାକୁ ପ୍ରମାଣିତ କରିଛି ।

ଯୁବବର୍ଗଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏହି ପ୍ରିମିୟମ୍ ଏସ୍‌ୟୁଭିରେ ଆକର୍ଷଣୀୟ ପାୱାରଟ୍ରେନ୍ ବିକଳ୍ପ, ଡ଼ାଇନମିକ୍ ଏବଂ ଆଗ୍ରେସିଭ୍ ଏକ୍ସଟେରିୟର ଡ଼ିଜାଇନ୍ ଇରିୟର୍‌, ୬ ଏୟାର ବ୍ୟାଗ୍ ସୁବିଧା ରହିଥିବାବେଳେ, କେ. ସିରିଜ ୧.୫ ଲିଟର ଡ଼ୁଆଲ ଜେଟ୍‌, ଡ଼ୁଆଲ ଭିଭିଟି ଇଞ୍ଜିନ୍ ରହିଛି ଏବଂ ଏହାର ସ୍ପିଡ଼୍ ମାନୁଆଲ୍ ଓ ୬ ସ୍ପିଡ଼୍ ଅଟୋମେଟିକ୍ ଟ୍ରାନ୍ସମିଶନ ରହିଛି । ସେହିପରି ଏହାର ବଜାର ଦର ରହିଛି ୧୦ ଲକ୍ଷ ୪୫ ହଜାରରୁ ୧୭ ଲକ୍ଷ ୫ ହଜାର ପର୍ଯ୍ୟନ୍ତ ।

ରାଜଧାନୀ ଭୁବନେଶ୍ୱରରେ ଏହା ମାରୁତୀ ସୁଜୁକି ନେକ୍ସାର ୪ର୍ଥ ସୋରୁମ୍ । ତେବେ ଗ୍ରାହକଙ୍କୁ ଉତ୍କୃଷ୍ଟ ସେବା ଯୋଗାଇ ଦେବା ଲକ୍ଷରେ ତୁସୀ ମୋଟର୍ସ ସର୍ବଦା କାମ କରିବା ନେଇ ଏହାର କର୍ମଚାରୀ ମାନେ ପ୍ରତିଶ୍ରୃତି ବଦ୍ଧ ।

 

Show More

Related Articles

Back to top button