Breaking PLUSଓଡ଼ିଶାମୁଖ୍ୟ ଖବର

ଟ୍ରାକରେ ପଥର, ଅଟକିଲା ଟ୍ରେନ

କୋରାପୁଟ: ରେଳ ଧାରଣାରେ ବଡ଼ ପଥର ପଡ଼ିଥିବାରୁ ଅଟକିଛି ଟ୍ରେନ୍ । ମାନୁବାର-ଜରଟି ଷ୍ଟେସନ ମଝି ରେଳ ଧାରଣାରେ ପଡ଼ିଛି ବଡ଼ ପଥର । ଫଳରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ମାନୁବାର-ଜରଟି ଷ୍ଟେସନ ମଧ୍ୟରେ ରେଳ ଧାରଣାରେ ବଡ଼ ପଥର ସହ ମାଟି ଅତଡା ଖସି ପଡ଼ିଛି। ପାହାଡ଼ ଉପରୁ ବଡ଼ ପଥର ରେଳ ଧାରଣା ଉପରେ ପଡ଼ି ରହିଥିବାରୁ ଏହି ରୁଟ୍‌ରେ ଟ୍ରେନ୍‌ ଚଳାଚଳ ସମ୍ଭବପର ହୋଇପାରୁନିା ଫଳରେ ଗତକାଲି ରାତି ୩ରୁ କୋରାପୁଟ ରେଲ୍‌ୱେ ଷ୍ଟେସନରେ ଜଗଦଲପୁର-ବିଶାଖାପାଟଣା ଏକ୍ସପ୍ରେସ୍‌ ଅଟକି ରହିଛି।

ବର୍ଷା କାରଣରୁ ପାହାଡରୁ ପଥର ଖସିଥିବା ଅନୁମାନ କରାଯାଉଛି । ତେବେ ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଛି ।

Show More

Related Articles

Back to top button