Breaking PLUSଖେଳଦେଶଦେଶ ବିଦେଶମୁଖ୍ୟ ଖବର

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ, ଅଷ୍ଟ୍ରେଲିଆ ସମ୍ମୁଖରେ 4ଶହ ରନର ଟାର୍ଗେଟ

ଇନ୍ଦୋର- ଇନ୍ଦୋରରେ ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ ଆଜି ଖେଳାଯାଉଛି । ଅଷ୍ଟ୍ରେଲିଆ ସମ୍ମୁଖରେ 4ଶହ ରନର ଟାର୍ଗେଟ । ଟସ୍‌ ଜିତି ଅଷ୍ଟ୍ରେଲିଆ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଫିଲ୍ଡରେ ଭାରତୀୟ ଟିମ୍ ଚମତ୍କାର ପ୍ରଦର୍ଶନ କରିଛି । ଇନ୍ଦୋର ODIରେ ଗିଲ୍‌ ଓ ଆୟର ଦ୍ରୁତ ରନ୍‌ ସଂଗ୍ରହ କରିବା କାରଣରୁ ଦୃଢ ସ୍ଥିତିରେ ରହିଛି ଭାରତ । ଇନ୍ଦୋର ଦିନିକିଆରେ ଶ୍ରେୟସ ଆୟର ଶତକ ହାସଲ କରିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଶତକ କରିଛନ୍ତି ଆୟର । ସେ ୮୬ଟି ବଲରୁ ୧୦ ଚୌକା ଓ ୩ ଛକା ଜରିଆରେ ଶତକ ହାସଲ କରିଥିବା ଜଣାପଡିଛି । ଏହା ତାଙ୍କ ଦିନିକିଆ କ୍ୟାରିୟରରେ ତୃତୀୟ ଶତକ ।

ଆୟରଙ୍କ ପରେ ଶତକ କରିଛନ୍ତି ଗିଲ୍‌ । ଅଷ୍ଟ୍ରେଲିଆ ବିପକ୍ଷରେ ଆୟର ଓ ଗିଲଙ୍କ ଜବରଦସ୍ତ ଶତକ । ୯୨ଟି ବଲ୍‌ରୁ ୬ଟି ଚୌକା ଓ ୪ଟି ଛକା ଜରିଆରେ ଶତକ ହାସଲ କରିଛନ୍ତି ଗିଲ୍ । ଚଳିତ ବର୍ଷର ୫ମ ଓ କ୍ୟାରିୟରରେ ୬ଷ୍ଠ ଶତକ କରିଥିବା ଜଣାପଡିଛି । ଇନ୍ଦୋର ଦିନିକିଆରେ ଭାରତ ୩୯୯/୫ ସ୍କୋର କରିଛି । ଗିଲ ଓ ଆୟରଙ୍କ ଶତକ ପରେ ରାହୁଲ ଓ ସୂର୍ଯ୍ୟଙ୍କ ଅର୍ଦ୍ଧଶତକ କରିଥିଲେ । ଗିଲ୍‌ ୧୦୪, ଆୟର ୧୦୫, ରାହୁଲ ୫୨, ସୂର୍ଯ୍ୟଙ୍କ ୭୨ ରନ ଏବଂ ଶେଷ ଭାଗରେ ମାତ୍ର ୩୭ ବଲ୍‌ରୁ ସୂର୍ଯ୍ୟଙ୍କ ଅପରାଜିତ ୭୨ ରନ ଅଷ୍ଟ୍ରେଲିଆ ସମ୍ମୁଖରେ ଏକ ଦୃଢ ଟାର୍ଗେଟ ରଖିଛି । ଅଷ୍ଟ୍ରେଲିଆର ସବୁ ବୋଲରଙ୍କୁ ଧୂଲେଇ କରିଛନ୍ତି ବ୍ୟାଟର ।

Show More

Related Articles

Back to top button