Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ଏସଆରସି: ଓଡିଶା ପ୍ରତି ନାହିଁ ବାତ୍ୟା ଭୟ

୭.୫ ଲୋକଙ୍କ ସ୍ଥାନାନ୍ତର ପାଇଁ କରାଯାଇଛି ବ୍ୟବସ୍ଥା

ଓଡିଶା ପ୍ରତି ପ୍ରାୟତଃ ବାତ୍ୟା ଭୟ ନାହିଁ। ଓଡିଶା ଉପକୂଳ ଛୁଇଁବ ନାହିଁ ବାତ୍ୟା। ୧୦ ତାରିଖରେ ବାତ୍ୟା ରାଜ୍ୟଠୁ ୧୫୦/୨୦୦ କିମି ଦୂରରେ ଥିବ। ବାତ୍ୟା ପ୍ରଭାବରେ ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି। ୧୦ ତାରିଖରେ ବିଶେଷ କରି ଗଞ୍ଜାମ, ଗଜପତି, ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ୧୧ରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ ୫ ଜିଲ୍ଲାକୁ ବର୍ଷା ଆଲର୍ଟ ଜାରି କରାଯାଇଛି। ସ୍ଥିତିର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଥିବା କହିଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା, ଏସଆରସିଙ୍କ ଅନୁଯାୟୀ, ବର୍ଷା ଯୋଗୁଁ କିଛି ଅଞ୍ଚଳରେ ଚାଷ କାମ ପ୍ରଭାବିତ ହୋଇପାରେ। ୧୮ ଜିଲ୍ଲାରେ ୮୬୨ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି। ୬ ହଜାର ୯୬୧ ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇଛି। ଉଭୟରେ ୭.୫ ଲୋକଙ୍କୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା ରହିଛି। ସମୁଦ୍ର ଅଶାନ୍ତ ରହିବ, ୮ ସକାଳ ପରଠୁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ସବୁ ସାମୁଦ୍ରିକ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ଏବେ ମତ୍ସ୍ୟଜୀବୀ ଉପକୂଳକୁ ଫେରୁଛନ୍ତି। ବାତ୍ୟା ଟଳିବା ନେଇ ଆମେ ଆଶ୍ଵସ୍ତ ଅଛୁ ଏବଂ ପ୍ରସ୍ତୁତ ଥିବା କହିଛନ୍ତି ଏସଆରସି। ଆସନ୍ତାକାଲି ସଂଧ୍ୟା ସଂଧ୍ୟା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇପାରେ । ଉତ୍ତର-ପଶ୍ଚିମ ଦିଗରେ ଗତି କରି ୧୦ ତାରିଖରେ ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ପହଂଚିବା ପରେ ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ। ତେବେ ଏହି ସମ୍ଭାବ୍ୟ ବାତ୍ୟା କେବେ ଓ କେଉଁଠି ସ୍ଥଳ ଭାଗ ଛୁଇଁବ, ତାହା ଆକଳନ କରାଯାଇନାହିଁ ।

ବାତ୍ୟା ଏହାର ପ୍ରଭାବରେ ଆସନ୍ତା ୧୦ ତାରିଖ ଏବଂ ୧୧ ତାରିଖରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ୧୦ ତାରିଖରେ ପୁରୀ, ଗଞ୍ଜାମ, ଗଜପତିରେ ହାଲୁକାରୁରୁ ମଧ୍ୟମ ବର୍ଷା ହେବା ସମ୍ଭାବନା ଥିବା ବେଳେ ୧୧ ତାରିଖରେ ଗଞ୍ଜାମ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ପୁରୀରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୯ ତାରିଖରୁ ସମୁଦ୍ର ଅଶାନ୍ତ ରହିବ । ଆସନ୍ତାକାଲିଠାରୁ ପବନର ବେଗ ବଢ଼ିବ । ୯ ତାରିଖରେ ଘଣ୍ଟା ପ୍ରତି ୬୫-୭୫ କି.ମି ବେଗରେ ପବନ ବହିବା ସମ୍ଭାବନା ରହିଛି । ୧୦ ତାରିଖ ବେଳକୁ ୮୦ରୁ ୯୦ କିଲୋମିଟର ବେଗରେ ପବନ ହୋଇପାରେ ଏପରିକି ଏହାର ଝଟକା ୧୦୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ ବୋଲି ପ୍ରାଥମିକ ଆକଳନ କରାଯାଉଛି ।ସେହିପରି ୧୧ ତାରିଖରେ ୭୦ ରୁ ୮୦କିମି ଏବଂ ଝଟକା ପବନ ୯୦ କିମି ହୋଇପାରେ । ୯ ଓ ୧୦ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରର ଗଭୀର ସମୁଦ୍ର ମଧ୍ୟକୁ ଓ ୧୦ ତାରିଖରେ ଉତର-ପଶ୍ଚିମ ବଙ୍ଗୋପସାଗର ଅଂଚଳକୁ ପ୍ରବେଶ ନେଇ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି ।

Show More

Related Articles

Back to top button